ସମ୍ବଲପୁର ଓ ସୁନ୍ଦରଗଡ଼ରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ମିଳିଛି ସମର୍ଥନ

ସମ୍ବଲପୁର/ସୁନ୍ଦରଗଡ଼: ତୈଳ ଦର ବୄଦ୍ଦି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧାରଣ ଜନତା ଅତିଷ୍ଠ ହୋଇ ପଡ଼ିଥିବା ଅଭିଯୋଗ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଦଳ ପକ୍ଷରୁ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁରରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି।

କଂଗ୍ରେସ ଅଭିଯୋଗ କରିଛି ଯେ କରୋନା ପରଠାରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଯାହା ଉଭୟ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। କଂଗ୍ରେସ ଵନ୍ଦ ପାଳନ ବେଳେ ସମ୍ବଲପୁର ଜିଲ୍ଲାରେ କଂଗ୍ରେସ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ ପାଳନ କରିଛନ୍ତି । ଏଥିସହ ସହରର ଲକ୍ଷ୍ମୀଟକିଜ, ଧନୁପାଲି ଛକ,କଚେରୀ ଛକ ଓ ଅଇଁଠାପାଲି ଛକ ଜାତୀୟ ରାଜପଥରେ ପ୍ରତିବାଦ କରି କଂଗ୍ରେସ ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ବନ୍ଦ ପାଳନ ଯୋଗୁ ସମ୍ବଲପୁର ସହରର ସମସ୍ତ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ବି ବନ୍ଦ ରହିଥିବାର ଦେଖିବାକୁ ମିଳିଛି। କଂଗ୍ରେସ ବନ୍ଦର ପ୍ରଭାବ ଜିଲ୍ଲାର ଅନ୍ୟ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ରେ ବି କଂଗ୍ରେସର ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ସ୍ବତଃସ୍ଫୁର୍ତ୍ତ ଭାବେ ଲୋକେ ଏ ବନ୍ଦକୁ ସମର୍ଥନ କରିଥିବାବେଳେ ଗାଡ଼ିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଦୋକାନବଜାର, ସମସ୍ତ ଶିକ୍ଷାନୁଷ୍ଠାନ, ଅଫିସରେ ତାଲା ପଡ଼ିଛି। ଅନ୍ୟପଟେ ଜିଲ୍ଲା ଓ ଟାଉନ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ଶୋଭାଯାତ୍ରାରେ ଵାହାରି ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ୍ ଦରଵୃଦ୍ଧିର ପ୍ରତିବାଦ କରିଛନ୍ତି।

ଠିକ୍ ସେହିପରି ନୂଆପଡ଼ା କଂଗ୍ରେସ ପକ୍ଷରୁ ପେଟ୍ରୋଲ ଡିଜେଲ ଓ ଗ୍ୟାସ ଦରଦାମ ବୃଦ୍ଧି ୩୫୩ ଜାତୀୟ ରାଜପଥ ଅବରୋଧ କରାଯାଇଛି।  ଏହି ସମୟରେ ଦୋକାନ ବଜାର ବନ୍ଦ ରହିଛି।

ସମ୍ବନ୍ଧିତ ଖବର