ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ଧଉଳି: ଉତରା ଫାଣ୍ଡି ଅଧୀନ ଶିଉଳା ଗ୍ରାମରେ ଆଜି  ପୋଖରୀରେ ବୁଡ଼ି ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଉକ୍ତ ଗ୍ରାମର ବାନାମ୍ବର ମଲ୍ଲିକ (୮୬) । ଏନେଇ ପିପିଲି ଥାନାରେ ନଂ ୧୪/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଖବର ପାଇ ପୁଲିସ ମୃତଦେହ ଜବତ କରି ପୁରୀ ମୁଖ୍ୟ ଚିକିତ୍ସାଲୟରେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପ୍ରାପ୍ତ ସୂଚନାନୁଯାୟୀ ବାନାମ୍ବର ସବୁଦିନ ଭଳି ନିକଟସ୍ଥ ପୋଖରୀକୁ ଗାଧୋଇ ଯାଇଥିଲେ । ହେଲେ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବାନାମ୍ବର ଘରକୁ ଫେରିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ପ‌ୋଖରୀରେ ପଶି ବହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ମୃତଦେହ ପାଇନଥିଲେ । ପରେ ପିପିଲି ଦମକଳ ବାହିନୀ ପହଞ୍ଚି ବାନାମ୍ବରକୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର