ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲଡଙ୍ଗାଭଟା ଗ୍ରାମରେ ହାତୀ ଆକ୍ରମଣରେ ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଫଟାମୁଣ୍ଡା ପଞ୍ଚାୟତ ଲଡଙ୍ଗାଭଟା ଗ୍ରାମକୁ ଗତ ରାତିରେ ହାତୀ ଆସିଥିଲା। ହାତଟି ଉକ୍ତ ଗ୍ରାମରେ ଥିବା ପ୍ରତିମା ଷାଣ୍ଢଙ୍କ ଘରକୁ ଭାଙ୍ଗି ଦେଇଥିଲା। ଘର ଭାଙ୍ଗିବା ସହିତ ଘରେ ଥିବା ଚାଉଳ ଖାଇଦେଇଥିବା ଦେଖିବାକୁ ମିଳିଛି।

Advertisment

ଘଟଣାସ୍ଥଳରେ ରେଞ୍ଜର, ଲରମ୍ଭା ଫରେଷ୍ଟରଙ୍କ ସହ ବନ ବିଭାଗର କର୍ମଚାରୀମାନେ ବି ପହଞ୍ଚିଥିବା ଜଣାପଡିଛି। ବିଭାଗ ପକ୍ଷରୁ ହାତୀ କେଉଁ ସ୍ଥାନରେ ରହିଛି ସେ ନେଇ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଅପରପକ୍ଷରେ  ଅଘଟଣ ବିଷୟରେ ଏବଂ ପ୍ରତିମାଙ୍କ ଘରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ଡିଏଫଓଙ୍କ ରିପୋର୍ଟ ପ୍ରଦାନ କରାଯିବ ବୋଲି ରେଞ୍ଜର ରାଜ କିଶୋର ଭୋଇ କହିଛନ୍ତି। ଘଟଣାସ୍ଥଳରେ ରେଞ୍ଜର, ଫରେଷ୍ଟର ଓ ବନ ବିଭାଗର କର୍ମଚାରୀ ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।