କେବଳ ଜଣେ ନବାଗତଙ୍କ ନାୟିକା ବନିଛନ୍ତି ଏଲିନା 

ଭୁବନେଶ୍ୱର- ଓଲିଉଡର  ହସକୁରୀ ନାୟିକା  ଏଲିନା ସାମନ୍ତରାୟ ଇତିମଧ୍ୟରେ  ପ୍ରାୟ ତିନିବର୍ଷ  ବିତାଇସାରିଲେଣି ଓଡ଼ିଆ ସିନେଜଗତରେ ।  ଏକ ରିଆଲିଟି ସୋ’ ‘ କିଏ ହେବ ମୋ’  ହିରୋଇନି’ ଜରିଆରେ ତାଙ୍କୁ   ଓଡ଼ିଆ ସିନେମା ‘ଇସ୍କ ତୁ ହି ତୁ  ’  ରେ ନାୟିକା ହେବାର  ସୌଭାଗ୍ୟ  ମିଳିଥିଲା ।   ତାପସ ସରଘରିଆ ଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ଅରିନ୍ଦମଙ୍କ ବିପକ୍ଷରେ  ନାୟିକା ସାଜିଥିଲେ ଏଲିନା ।   ଏହି ଫିଲ୍ମକୁ ବିଶେଷ ସଫଳତା ମିଳି ନଥିଲେ ବି  ଏଲିନା ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସେ  ଲଗାତର ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଆସୁଛନ୍ତି ।  ଖାଲି ସେତିକି ନୁହେଁ  ତାଙ୍କୁ  ଓଲିଉଡର ଟପ୍‌ ହିରୋମାନଙ୍କ  ସହିତ  ମଧ୍ୟ  କାମ କରିବାର ସୁଯୋଗ ମିଳୁଛି ।

 

ଇସ୍କ୍‌ ତୁ ହି ତୁ’ ପରେ   ଜଣାଶୁଣା ନାୟକ ଅରିନ୍ଦମଙ୍କ ସହିତ   ଏଲିନା ଙ୍କୁ ଏଯାବତ୍‌  ଅନ୍ୟ କୌଣସି  ଛବିରେ ଦେଖିବାକୁ ମିଳିନାହିଁ । କିନ୍ତୁ  ସେ  ଅନ୍ୟ ଲୋକପ୍ରିୟ ନାୟକ    ଯଥା ବାବୁସାନ୍‌ ଓ ଅନୁଭବଙ୍କ  ନାୟିକା ହେବାର ସୁଯୋଗ ପାଇଛନ୍ତି ।  ବାବୁସାନ୍‌ଙ୍କ ବିପକ୍ଷରେ  ସୁପରହିଟ୍‌ ସିନେମା ‘  ଲଭ୍‌ ଷ୍ଟେସନ୍‌’  ରେ ନଜର ଆସିଥିଲେ ଏଲିନା ।  ଅପରପକ୍ଷରେ ଅନୁଭବଙ୍କ ବିପକ୍ଷରେ   ସେ  ଅଭୟ- ଏ କମନ୍‌  ମ୍ୟାନ  ଏବଂ କାବୁଲା ବାରବୁଲା-ସର୍ଚ୍ଚିଂ  ଲୈଲା ରେ ନାୟିକା  ସାଜି   ପରଦାକୁ ଆସିଛନ୍ତି ।  ଠିକ୍‌ ସେହିପରି ସେ ଜଣାଶୁଣା ନାୟକ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସହ ବି କାମ କରିଥିଲେ ‘ଜଗା ହାତରେ ପଘା’ରେ। ଏଲିନା ଚକଲେଟି ଦିରୋ ଅଭିଷେକଙ୍କ ବିପକ୍ଷରେ ବି ନଜର ଆସିଥିଲେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘କେହି ନୁହେଁ କାହାର’ରେ।  ତେବେ ଓଲିଉଡର ସୋବର ବୟ ସବ୍ୟସାଚୀଙ୍କ ସହିତ   ବି ଗୋଟିଏ ବି ସିନେମାରେ   ଏବେ    ଏଲିନାଙ୍କୁ ଦେଖିବାକୁ ମିଳିବ ।

ତେବେ ସେ ଯାହା  ହେଉ ନା କାହିଁକି ଆପଣ ଜାଣନ୍ତି କି ଏଯାବତ୍‌ କେବଳ ଜଣେ ନବାଗତଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ହଁ ସେ ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଓଡ଼ିଆ ଛବି ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ରେ ନବାଗତ ରଣବୀରଙ୍କ ସହ ନଜର ଆସିଥିଲେ। ଅବତାର ସିଂହଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରଣବୀର-ଏଲିନା ଯୋଡି ବି ଜମିଛି।

ସମ୍ବନ୍ଧିତ ଖବର