ସିଂହ ସହିତ ଲଢ଼େଇ କରି ମା’ ବଞ୍ଚାଇଲା ପୁଅର ଜୀବନ

ନୂଆଦିଲ୍ଲୀ: ବାସ୍ତବରେ ମା’ର ଋଣ ଆଜି ଯାଏଁ କେହି ବି ସୁଝି ପାରି ନାହାନ୍ତି। ମା’ ଓ ସନ୍ତାନର ସମ୍ପର୍କ ଅତି ମଧୁର ସମ୍ପର୍କ। ନିଜର ପିଲାର ଜୀବନ ବଞ୍ଚାଇବା ପାଇଁ ମା’ ନିଜର ଜୀବନକୁ ବାଜି ଲଗାଇ ଦେଇଥାଏ। ଏମିତି ଏକ ଘଟଣା ଆମେରିକାରୁ ସାମ୍ନାକୁ ଆସିଛି। ଆମେରିକାରେ ଜଣେ ମା’ ନିଜର ପାଞ୍ଚବର୍ଷର ଶିଶୁର ଜୀବନ ବଞ୍ଚାଇବା ପାଇଁ ସିଂହ ସହିତ ଲଢ଼େଇ କରିଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କ ହାତରେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ନଥିଲା। ସେ ନିଜର ସନ୍ତାନକୁ ବଞ୍ଚାଇବା ପାଇଁ ସିଂହ ମୁହଁରେ ମୁଖି ପରେ ମୁଖି ମାରିଥିଲେ। ମା’ର ମୁଖି ମାଡ଼ରେ ସିଂହ ପଛ ଘୁଞ୍ଚା ଦେଇ ଜଙ୍ଗଲକୁ ଫେରି ଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ବାପା-ମା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପରେ ତାର ଅବସ୍ଥା ସ୍ଥିର ରହିଛି। ତେବେ ମା’ ସେହି ଭୟାବହ ମୁହୂର୍ତ୍ତକୁ ମନେ ପକାଇଲେ ଭୋଭୋ ହୋଇ କାନ୍ଦି ଉଠୁଛନ୍ତି।

 

ସମ୍ବନ୍ଧିତ ଖବର