ମମତା ବାନାର୍ଜୀଙ୍କୁ ହତ୍ୟା କରିବାକୁ ହ୍ଵାଟ୍‌ସ୍‌ଆପ୍‌ରେ ବଙ୍ଗୀୟ ଛାତ୍ରଙ୍କୁ ୬୫ ଲକ୍ଷ ଟଙ୍କା ଅଫର୍‌

କୋଲକତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବାରେ ସହଯୋଗ କରିବା ନିମନ୍ତେ ସହଯୋଗ କଲେ ୧ ଲକ୍ଷ ଡଲାର୍‌ ପୁରସ୍କାର ମିଳିବ ବୋଲି ସୋମବାର ଦିନ ଅଫର୍‌ ପାଇ ପଶ୍ଚିମବଙ୍ଗର ବେହରାମ୍‌ପୁର ଅନ୍ତର୍ଗତ ମୁର୍ଶିଦାବାଦ ଜିଲ୍ଲାର ଜଣେ ଛାତ୍ର ଚିହିଙ୍କି ଉଠିଛନ୍ତି।

ପଲିଟେକ୍‌ନିକ୍‌ର ଏହି ଛାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିବା ଫୋନ୍‌ ନମ୍ବରଟି ହେଉଛି ଆମେରିକା ଅନ୍ତର୍ଗତ ଫ୍ଲୋରିଡାର। ପଶ୍ଚିମବଙ୍ଗ ସିଆଇଡି ଏକ ତଦନ୍ତ ଆରମ୍ଭ କରିଛି।

ବେହରାମ୍‌ପୁରର ଛାତ୍ରଜଣକ କହନ୍ତି: ସୋମବାର ଦିବା ଗୋଟାଏ ପରେ ଲାଟିନ୍‌ ବୋଲି ପରିଚୟ ଦେଉଥିବା ବ୍ୟକ୍ତିବିଶେଷଙ୍କ ଠାରୁ ମୁଁ ମେସେଜ୍‌ ପାଇଲି। ଏକ ଆତଙ୍କବାଦୀ ସଙ୍ଗଠନ ପାଇଁ ସେ କାମ କରୁଛି ବୋଲି କହିବା ସହ ଭାରତରେ ସହଯୋଗୀ ଖୋଜୁଛନ୍ତି ବୋଲି କହିଲେ।

ବାର୍ତ୍ତାଳାପର ଟ୍ରାନ୍‌ସ୍କ୍ରିପ୍ଟ୍‌ ଅନୁସାରେ, ଅଜ୍ଞାତ ବ୍ୟକ୍ତି ଜଣକ ଲେଖିଛନ୍ତି: ଆମକୁ ସାହାଯ୍ୟ କରିବା ବାବଦରେ ଆମେ ଆପଣଙ୍କୁ ୧ ଲକ୍ଷ ଡଲାର୍‌ ଦେବୁ। ଚିନ୍ତା କରନ୍ତୁ ନାହିଁ, ଆପଣ ନିରାପଦ୍‌ ରହିବେ। ଆପଣ ତିଆର୍‌ ତ? ତାଙ୍କୁ ଅପେକ୍ଷା କରିବାକୁ ଛାତ୍ର ଜଣକ କହିଲେ। ଏଥିକୁ ଅପର ପଟେ ଥିବା ବ୍ୟକ୍ତି ଜଣକ ଲେଖିଲେ: ଠିକ୍‌ ଅଛି। ଶୀଘ୍ର କୁହ ନତୁବା ଆମେ ଅନ୍ୟ କାହାକୁ ଦେଖିବୁ। ୧ ଲକ୍ଷ ଡଲାର୍‌ ହାତଛଡ଼ା କର ନାହିଁ। ଏମିତି ଯୋଗାଯୋଗ ଚାଲିଥିଲା ଦିବା ୧ଟା ୧୦ ମିନିଟ୍‌ ସମୟରେ। ଛାତ୍ର ଜଣକ ଲେଖିଲେ: ନା, ଧନ୍ୟବାଦ।

ଅପରପଟେ ଥିବା ବ୍ୟକ୍ତି ଜଣକ ପୁଣି ଦିବା ୨ଟା ୪୬ ମିନିଟ୍‌ରେ ଅନ୍‌ଲାଇନ୍‌ ଆସି ସେ ତରୁଣଙ୍କୁ ଜଣେ ବିଜିତ ବୋଲି କହିଲେ।

ସେ ଭାରତ ଭ୍ରମଣ ପାଇଁ ଯୋଜନା କରିଛନ୍ତି ବୋଲି ଅପରାହ୍ଣ ସାଢ଼େ ତିନିଟାବେଳେ ସେ ବ୍ୟକ୍ତି ଜଣକ କହିଲେ। ନିଜ ଦେଶକୁ ସୁଖ ପାଆନ୍ତି ଏବଂ ଏହାର ଧ୍ୱଂସ ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ଛାତ୍ର ଜଣକ କହିଲାରୁ ସେ ବ୍ୟକ୍ତି ଜଣକ ଜବାବ ଦେଲେ: ଆମେ ଭାରତକୁ ଧ୍ୱଂସ କରିବୁ ନାହିଁ। ଆମେ କେବଳ ଜଣଙ୍କୁ ହତ୍ୟା କରିବାକୁ ଚାହୁଁଛୁ।

ସମ୍ବନ୍ଧିତ ଖବର