ପଡ଼ିଆ: କିଛି ମୁହୂର୍ତ୍ତ ପରେ ସାରା ବିଶ୍ୱ ବଡ଼ ଦିନ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ମାଲକାନଗିରି ଜିଲ୍ଲାର ଦୁର୍ଗମ ପଡ଼ିଆ ବ୍ଳକର ପୁରୁଣା ନିଲିଗୁଡ଼ା ଗ୍ରାମର ଜଣେ ଆଦିବାସୀଙ୍କ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇ ଜଣଙ୍କର ମୃତ୍ୟୁ ହେବା ସହ ପୂରା ପରିବାର ନିଃସ୍ଵ ହୋଇପଡ଼ିଛି।

Advertisment

ସୂଚନା ମୁତାବକ ଗତକାଲି ମଧ୍ୟରାତ୍ରୀରେ ନିଲିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ନିଲିଗୁଡ଼ା ଗ୍ରାମର ଇର୍ମା ମାଡକାମିଙ୍କ ଘରେ ସମସ୍ତେ ଶୋଇପଡ଼ିଥିବା ବେଳେ ଅଚାନକ ବିଦ୍ୟୁତ୍ ବୋର୍ଡ଼ରେ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଏହି ନିଆଁ କ୍ଷଣିକ ମଧ୍ୟରେ ସାରା ଘରକୁ କାବୁ କରିନେଇଥିଲା। ଏହି ଘରେ ଶୋଇଥିବା ଇର୍ମାର ସ୍ତ୍ରୀ ଓ ଛୁଆ ଉଠିପଡ଼ି ଘର ବାହାରକୁ ଚାଲିଯାଇଥିଲେ। ତେବେ ଘରର ଅନ୍ୟଏକ କୋଠରିରେ ଇର୍ମା ମଦ୍ୟପାନ କରି ଶୋଇପଡ଼ିଥିବା ଯୋଗୁଁ  ପୂରା ଘର ସହ ଇର୍ମା ସମ୍ପୂର୍ଣ୍ଣ ଜଳି ଯାଇଥିଲା।

publive-image

ଏ ବାବଦରେ ଗାଁ ଲୋକେ ପଡ଼ିଆ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ଅଧିକାରୀ ଶିଶିରକାନ୍ତ ସିଂହ ଓ ବୀରେନ୍ଦ୍ର ସିଂହ ଏକ ଟିମ୍ ନେଇ ନିଆଁ ଲିଭାଇଥିଲେ। ଆଜି ସକାଳେ ଏ ନେଇ ପରିବାର ଲୋକ ପଡ଼ିଆ ଥାନାକୁ ଜଣାଇବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି।