ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ଏକ ହୁଲି ଡ଼ଙ୍ଗାରେ ମାଛ ଧରିବାକୁ ଯାଇଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଠିଆନାଳ ଗ୍ରାମର ଭାଗ୍ୟ ଧୀବର ବୋଲି ଜଣା ପଡିଛି। ସେ ଗତକାଲିଠାରୁ ଜଳଭଣ୍ଡାରକୁ ମାଛ ଧରିବାକୁ ଯାଇ ଘରକୁ ଫେରିନଥିଲେ।
ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ବହୁ ଖୋଜାଖୋଜି କଲା ପରେ ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ପାଲଲହଡା ଅଗ୍ନିଶମ ବିଭାଗ ଏବଂ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ମୃତଦେହକୁ ଉଦ୍ଧାର କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/dead-new-indian-express.jpg)