ଯାଜପୁର: ଯାଜପୁର କୟିଆଁ ଗୋଲା ୨୦ ନମ୍ୱର ଜାତୀୟ ରାଜପଥର ମଙ୍ଗଳପୁର ନିକଟ ଦୁହୁଡ଼ି ସାହି ନିକଟରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଛି। ଏଣେ  ଅନ୍ୟ ଜଣଙ୍କୁ ଗୁରୂତର ଅବସ୍ଥାରେ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ  ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ସେଠାରୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ଘଟଣାସ୍ଥଳରୁ ଜଣାଯାଇଛି ଯେ ଯାଜପୁର ଆଡ଼ୁ ଏକ ବାଇକ୍ ଓ ବିପରୀତ ଦିଗରୁ ଏକ ସ୍କୁଟି ଦୁହୁଡି ସାହି ଛକ ନିକଟରେ ମୁହାଁମୁହିଁ ଧକ୍କା ହେବା ଫଳରେ ହୀରାପୁରର ଗ୍ରାମର ପାଣ୍ଡବ ସାହୁ (୫୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ଏବଂ ଅନ୍ୟ ଗାଡ଼ିର ସିରାମପୁର ଗ୍ରାମର ପ୍ରିୟରଞ୍ଜନ ଜେନା (୨୮)ଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ନିକଟସ୍ଥ ମଙ୍ଗଳପୁର ଡ଼ାକ୍ତରଖାନା। ଆଣିଥିଲେ । ଘଟଣାସ୍ଥଳରେ ମଙ୍ଗଳପୁର ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।