ଜଣେ ଆମେରିକୀୟ ଟିନ୍ଏଜର୍ ମଡେଲ୍ ଅନ୍ଲାଇନରେ ନିଜର କୁମାରୀତ୍ୱକୁ ଆବୁଧାବିର ଜଣେ ଧନୀ ବ୍ୟବସାୟୀଙ୍କୁ ୨ ମିଲିୟନ୍ ପାଉଣ୍ଡରେ ବିକ୍ରି କରିଥିବାର ଦାବି କରିଛନ୍ତି । ଏହି ଟିନ୍ଏଜର ଜଣକ ହେଲେ ୧୯ ବର୍ଷୀୟା ମଡେଲ୍ ଜିସେଲି । ସେ ଜର୍ମାନୀର ଏକ େଓ୍ଵବ୍ସାଇଟ୍ ସିଣ୍ଡ୍ରେଲା ଏସକର୍ଟସ ଜରିଆରେ ଏହି ବିବାଦୀୟ ଦେଣନେଣ କରିଥିବା କୁହାଯାଉଛି । ଜିସେଲି ସେହି ଅର୍ଥରେ ନିଜର ବିଶ୍ୱବିଦ୍ୟାଳୟର ଟିଉସନ୍ ଫି ପୈଠ କରିଥିବା ଜଣାଯାଇଛି ।
ଜିସେଲି କହିଛନ୍ତି ଯେ ଅନ୍ଲାଇନରେ କୁମାରୀତ୍ୱ ବିକ୍ରି ବାବଦରେ ୨.୫ ମିଲିଅନ୍ ୟୁରୋ ମିଳିବ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ, କିନ୍ତୁ ଏବେ ତାଙ୍କର ଏକ ସ୍ୱପ୍ନ ସତ ହେବା ଭଳି ଲାଗୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କର ଅନ୍ ଲାଇନ୍ କୁମାରୀତ୍ୱ ବିକ୍ରି ବଢୁଛି, କିନ୍ତୁ ଅନେକ ଲୋକ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଉକ୍ତ ଓ୍ଵବସାଇଟ୍ ମହିଳାମାନଙ୍କର କୁମାରୀତ୍ୱର ନିଲାମି କରୁଛି ଓ ସବୁଠୁଁ ବେଶୀ ଅର୍ଥ ଦେଉଥିବା ବ୍ୟକ୍ତିଙ୍କୁ କିଣିବାର ସୁଯୋଗ ଦେଇଥାଏ । ଉଦାହରଣ ସ୍ୱରୂପ ଆବୁଧାବିର ଯେଉଁ ଧନୀ ବ୍ୟବସାୟୀଙ୍କୁ ଜିସେଲି ନିଜର କୁମାରୀତ୍ୱ ବିକ୍ରି କରିଛନ୍ତି, ତାଙ୍କୁ ଭେଟିବା ବେଳେ େଓ୍ଵବ୍ସାଇଟ୍ ଜିସେଲିଙ୍କୁ ଜଣେ ସୁରକ୍ଷା କର୍ମୀ ଯୋଗାଇଦେବ।
ଏଠାରେ ସୂଚନାଯୋଗ୍ୟ ୨୦୧୬ରେ ଜଣେ ୧୮ ବର୍ଷୀୟ ରୋମାନୀୟ ମଡେଲ୍ ଆଲେକ୍ଜାଣ୍ଡ୍ରା କେଫରେନ୍ ପ୍ରଥମେ ଅନ୍ଲାଇନ୍ରେ ନିଜର କୁମାରୀତ୍ୱ ଜଣେ ହଙ୍କକଙ୍ଗ୍ ବ୍ୟବସାୟୀଙ୍କୁ ୨ ମିଲିୟନ୍ ପାଉଣ୍ଡରେ ବିକ୍ରି କରିବା ପରେ ଉକ୍ତ ଓ୍ଵବ ସାଇଟ୍ ଚର୍ଚ୍ଚାକୁ ଆସିଥିଲା । ଏହି ସାଇଟ୍ର ପରିଚାଳନା କରିଛନ୍ତି ୨୭ ବର୍ଷୀୟ ଜାକୋବି ଏଲ୍ସ୍କି ।