ଭୁବନେଶ୍ବର: ବ୍ରାଜିଲ୍ରେ ଚାଲିଥିବା ବ୍ରାଜିଲ୍ ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରମୋଦ ଭଗତ ଦୁଇଟି ଟାଇଟଲ୍ ଦିଗରେ ଅଗ୍ରସର ହୋଇଛନ୍ତି। ଉଭୟ ଏକକ ଏବଂ ଯୁଗଳ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି ଏହି ଅର୍ଜୁନ ପୁରସ୍କାରପ୍ରାପ୍ତ। ଏକକ ସେମିଫାଇନାଲରେ ପ୍ରମୋଦ ଶୁକ୍ରବା ୨୧-୧୫, ୨୧-୧୮ରେ ଫ୍ରାନ୍ସର ଡାଇସୁକ୍ ଫୁଜିହାରାଙ୍କୁ ପରାସ୍ତ କରିଥିଲେ। ଫାଇନାଲରେ ସେ ନିଜ ଯୁଗଳ ସାଥୀ ମନୋଜ ସରକାରଙ୍କୁ ଭେଟିବେ। ସେହିଭଳି ଯୁଗଳ ସେମିଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ୨୧-୧୮, ୨୧-୧୩ରେ ଫ୍ରାନ୍ସ ଯୋଡ଼ି ଗାଏଲି ଗୁଲଲାମ୍ ଓ ମାଥିଉ ଥମାସଙ୍କୁ ପରାସ୍ତ କରିଥିଲେ।