ଭୁବନେଶ୍ବର:ବାତ୍ୟା ଅମ୍ପାନ  ପାରାଦୀପଠାରୁ ଦିଗ ବଦଳାଇଥିବାର ସୂଚନା ମିଳିଛି। ପାରାଦୀପଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗରେ ଅମ୍ଫାନ ଗତି କରୁଛି। ଏବେ ଏହା ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ରହିଛି । ଅମ୍ପାନର ପ୍ରଭାବରେ ପାରାଦୀପରେ ଅଧିକ ବର୍ଷା ହେବା ବେଳେ ଜୋରରେ ପବନ ବହୁଥିବାର ସୂଚନା ମିଳିଛି। ଦିନ ୧୦ଟା ପରେ ବାତ୍ୟା ଅମ୍ପାନ  ପାରାଦୀପଠାରୁ ସମାନ୍ତରାଳ ଭାବରେ ଗତି କରିବ ଏବଂ ସନ୍ଧ୍ୟା ୬ଟା ଯାଏଁ ସେହିଭଳି ଗତି କରିବ ବୋଲି ଜଣାଯାଇଛି। ଅପରାହ୍ନରେ ଏହା ପଶ୍ଚିମବଙ୍ଗର ଦୀଘା- ହାତିଆ- ସୁନ୍ଦରବନ ମଧ୍ୟରେ ଲାଣ୍ଡଫଲ୍ କରିବ ବୋଲି ଜଣାଯାଇଛି।

Advertisment

ଏହାର ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ସର୍ବାଧିକ ୧୦୨ କିଲୋମିଟର ବେଗରେ ପବନ ବହୁଛି। ସକାଳୁ ସକାଳୁ ବର୍ଷା ସାଙ୍ଗକୁ ପବନର ବେଗ କ୍ରମଶଃ ବଢିବାରେ ଲାଗିଛି। ପାରାଦୀପରେ ୨୦୮.୩ ମିଲିମିଟର ବର୍ଷା ହୋଇଥିବାର ସୂଚନା ମିଳିଛି।

publive-image

ଏହାଫଳରେ ପାରାଦୀପରେ ଜୀବଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଥିସହିତ ଅମ୍ଫାନ ଏବେ ପଶ୍ଚିମବଙ୍ଗର ଦୀଘାଠାରୁ ୨୪୦ କି.ମି. ଦୂରରେ ରହିଛି। ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଏହା ଓଡ଼ିଶା ଅତିକ୍ରମ କରିବ।