ପାରଳାଖେମୁଣ୍ଡିରେ ଖୋଲାଖୋଲି ବାଣ ବିକ୍ରି: ଅତିରିକ୍ତ ତହସିଲଦାର ପହଞ୍ଚି ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ

ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ତରଫରୁ କରୋନାକୁ ଆଖି ଆଗରେ ରଖି ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି । ରାଜ୍ୟର କୌଣସି ଜାଗାରେ ବାଣ ବିକ୍ରୟ କରିବା ଏବଂ ଫୁଟାଇବା ଉପରେ ରୋକ ଲଗାଯାଇଥିବା ବେଳେ ପାରଳା ସହରରେ କିନ୍ତୁ ଏହାର ପ୍ରଭାବ ଶୂନ୍ୟ ରହିଛି। କୋଭିଡ୍ କଟକଣାକୁ ଆଖି ଆଗରେ ରଖି ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହା ଉପରେ ରୋକ ଲାଗିଛନ୍ତି।

ପାରଳା ସହର ଆନ୍ଧ୍ରପ୍ରଦେଶ ଉପକଣ୍ଠରେ ଥିବା ଯୋଗୁଁ କିଛି ବ୍ୟବସାୟୀ ଆନ୍ଧ୍ରପ୍ରଦେଶ ଲୋକଙ୍କୁ ବାଣ ବିକ୍ରୟ କରୁଥିବା ନେଇ ଖବର ମିଳିଥିଲା। ସରକାରଙ୍କ ଘୋଷଣାକୁ ୨୪ଘଣ୍ଟା ପୂରଣ ହୋଇଥିଲେ ମଧ୍ୟ  ଏହି ବ୍ୟବସାୟୀମାନଙ୍କୁ ୧୦ତାରିଖରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କହି ବାଣ ଗୋଦାମ ବା ବିକ୍ରୟ ଖୋଲା ରଖି ଖୁଲମଖୁଲା ବିକ୍ରୟ କରୁଛନ୍ତି। ଏହା ସମ୍ପର୍କରେ ଜିଲା ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ଅତିରିକ୍ତ ତହସିଲଦାର ଅଚ୍ୟୁତାନନ୍ଦ ଯାନୀ ସମସ୍ତ ଦୋକାନଗୁଡିକୁ ବନ୍ଦ କରିଛନ୍ତି। ଏପରିକି ସମସ୍ତ ବାଣ ସାମଗ୍ରୀଗୁଡିକୁ ସତର୍କତାର ସହ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର