ଇସ୍ରାଏଲ ସଂସ୍ଥା ସ୍ପାଏୱେର ପେଗାସସର ଗୁଇନ୍ଦାଗିରି ପ୍ରସଙ୍ଗରେ ସିପିଆଇ, ଆରଜେଡି ଏବଂ ଆପ୍ ସାଂସଦଙ୍କ ନୋଟିସ୍

ନୂଆଦିଲ୍ଲୀ: ଇସ୍ରାଏଲ୍ ସଂସ୍ଥା ସ୍ପାଏୱେର ପେଗାସସର ଗୁଇନ୍ଦାଗିରି ପ୍ରସଙ୍ଗ ଆଜି ସଂସଦରେ ଝଡ ଆଣିବା ଆଶଙ୍କା ରହିଛି । କାରଣ ଏଥିରେ ସରକାରଙ୍କ ସଂପୃକ୍ତି ଅଭିଯୋଗ ଆଣି ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛନ୍ତି ବିରୋଧୀ । ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଦାବି କରି ନୋଟିସ ଦେଇଛନ୍ତି ସିପିଆଇ, ଆରଜେଡି ଓ ଆମ ଆଦମୀ ପାର୍ଟି । ସେହିପରି ଟ୍ୱିଟ କରି ସରକାରଙ୍କ ବିରୋଧରେ ଆଭମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ରାହୁଲ ଗାନ୍ଧୀ । ସେମାନେ ଆପଣଙ୍କ ଫୋନରେ ଥିବା ସମସ୍ତ ତଥ୍ୟକୁ ପଢୁଥିବା କଥା ଲେଖି ସରକାରଙ୍କ ଆଡକୁ ଇଙ୍ଗିତ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ।

ତେବେ ବିବାଦ ହେଉଛି ଇସ୍ରାଏଲର ଏହି ସଂସ୍ଥାକୁ ବ୍ୟବହାର କରି ବିଶ୍ୱରେ ଅନେକ ଦେଶର ସରକାର ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଆସୁଛି । ବିଶେଷ କରି ସରକାର ବିରୋଧୀ ସ୍ୱରଗୁଡିକୁ ଟାର୍ଗେଟ କରାଯାଉଥିବା କୁହାଯାଉଛି । ସାମ୍ବାଦିକ, ସାମାଜିକ କର୍ମୀ ଓ ବିରୋଧୀ ଦଳର ନେତାମାନଙ୍କ ଫୋନକୁ ହ୍ୟାକ କରି ତଥ୍ୟ ଚୋରି ହେଉଥିବା ଅଭିଯୋଗ ପରେ ଟାର୍ଗେଟକୁ ଚାଲିଆସିଛନ୍ତି ମୋଦୀ ସରକାର ।

ଭାରତରେ ପ୍ରାୟ ୩୦୦ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ ନେଇ ଖବର ଆସିବା ପରେ ଏଥିରେ କେନ୍ଦ୍ର ସରକାରଙ୍କ ହାତ ଥିବା ସନ୍ଦେହ ବଢିବାରେ ଲାଗିଛି। ହେଲେ କେନ୍ଦ୍ର ସରକାର ଏଥିରେ କୌଣସି ପ୍ରକାର ସଂପୃକ୍ତିକୁ ଅସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର