ୱାସିଂଟନ: ଆମେରିକା ପେଂସିଲ୍ବେନିୟାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୱେଟରଙ୍କ ଭଲ ବ୍ୟବହାର, ସେବା ଦେଖି ଲୋକେ ତାଙ୍କୁ ଟିପ୍ ଦେଇଥାନ୍ତି। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ନିଜ ବିଲରେ ଥିବା ଟଙ୍କା ପରିମାଣରୁ ୱେଟରଙ୍କୁ ଅଧିକ ଟିପ୍ ଦେଇଛନ୍ତି।

Advertisment

କିଛିଦିନ ତଳେ ପେଂସିଲ୍ବେନିୟା ସ୍ଥିତ ଏକ ଇଟାଲିୟନ ରେସ୍ତୋରାଁରେ ଜଣେ ବ୍ୟକ୍ତି ଖାଇବାକୁ ଆସିଥିଲେ। ବ୍ୟକ୍ତି ଜଣକ ସେଠାରେ ଖାଇଥିଲେ। ତାଙ୍କ ଖାଇବା ବିଲ୍ ପାଖାପାଖି ୨୦୫ ଡଲାର ଅର୍ଥାତ ପାଖାପାଖି ୧୫ ହଜାର ଟଙ୍କା ହୋଇଥିଲା। ବ୍ୟକ୍ତି ଜଣକ ନିଜ ବିଲ୍ ବଦଳରେ ୱେଟରଙ୍କୁ ୫ ହଜାର ଡଲାର୍, ପାଖାପାଖି ୩.୬୭ ଲକ୍ଷ ଟଙ୍କା ଟିପ୍ ଦେଇଥିବା ଜଣାପଡ଼ିଛି। ତେବେ ଏହି ବିଲ ଦେଇଥିବା ଗ୍ରାହକ ନିଜ ନାମ ଗୋପନ ରଖିବାକୁ କହିଥିବା ବେଳେ ସେ ରେସ୍ତୋରାଁର ଜଣେ ରେଗୁଲାର ଗ୍ରାହକ ବୋଲି ଜଣାପଡ଼ିଛି।

ଟିପ୍ ପାଇବା ପରେ ୱେଟର୍ ଚକିତ ହୋଇଯାଇଥିଲେ। ଏହି ବିଲର ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବହୁତ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ଫଟୋ ଡିସେମ୍ବର ୧୨ ତାରିଖରେ ପୋଷ୍ଟ କରାଯାଇଥିଲା। ଫଟୋ ସହ ଲେଖାଯାଇଥିଲା, ‘ଆମ ପାଖେ ଧନ୍ୟବାଦ ଛଡା ଆଉ କିଛି ଭାଷା ନାହିଁ। ଆମ କର୍ମଚାରୀକୁ ଏକ ଅବିଶ୍ୱାସନୀୟ ସହାୟତା ମିଳିଛି।’ ଆପଣମାଙ୍କ ପ୍ରତି ଆମର ବହୁତ ସ୍ନେହ ଓ ଭଲପାଇବା ରହିଛି।