କମ୍‌ ଲାଇଟ୍‌ରେ ଉଠାଇବାକୁ ଚାହୁଁଛନ୍ତି କି ଭଲ ଫଟୋ ! ଫଲୋ କରନ୍ତୁ ଏହି ସବୁ ଟିପ୍‌ସ!

ଉପଭୋକ୍ତାମାନଙ୍କର ଫଟୋଗ୍ରାଫି ଅନୁଭବକୁ ଅଧିକ ସକ୍ରିୟ କରିବାକୁ ଯାଇ ସ୍ମାର୍ଟଫୋନ୍‌ ନିର୍ମାତା କଂପାନିମାଗୁଡ଼ିକ ସେମାନଙ୍କର ସ୍ମାର୍ଟଫୋନ୍‌ କ୍ୟାମେରାରେ ବହୁତ ଗୁଡ଼ିଏ ଅଲଗା ଅଲଗା ଫିଚର୍ସ ଦେଉଅଛନ୍ତି। ତଥାପି ମଧ୍ୟ ରାତି ସମୟରେ ନିମ୍ନ ଆଲୋକ କାରଣରୁ ଫଟୋଗୁଡ଼ିକ ଭଲ ଆସିନଥାଏ। ତେଣୁ ଏନେଇ ଆଜି ଆମେ ଆପଣଙ୍କୁ ଏପରି ଟିପ୍‌ସ ଦେବୁ,ଯାହର ଉପଯୋଗ କରି ଆପଣମାନେ ନିମ୍ନ ଆଲୋକରେ ମଧ୍ୟ ଆପଣଙ୍କର ଭଲ ଫଟୋ ଉଠାଇପାରିବେ।
ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ….
୧-ପ୍ରଥମତଃ ଆପଣଙ୍କ ଫୋନ୍‌ର HRDକୁ ଅନ୍‌ କରନ୍ତୁ:ତେବେ ଆପଣ ଯଦି ରାତି ସମୟରେ ଆପଣଙ୍କ ଫଟୋକୁ ଭଲଭାବରେ ଉଠାଇବାକୁ ଚାହୁଁଥା’ନ୍ତି ତ,ତେବେ ଆପଣଙ୍କ ଫୋନ୍‌ର HRDକୁ ଅନ୍‌ କରନ୍ତୁ,ଯାହା ଫିଚର୍‌ ଲାଇଟ୍‌କୁ ବାଲାନ୍ସ କରି ଭଲ ଫଟୋ ଉଠାଇବାରେ ସାହାଯ୍ୟ କରିଥାଏ।
୨- ISO କୁ ଆଡ଼୍‍ଜଷ୍ଟ କରନ୍ତୁ: ସମସ୍ତ ସ୍ମାର୍ଟଫୋନ୍‌ରେ ଏହି ଫିଚର୍‌ ପ୍ରାୟତଃ ରହିଥାଏ।ଏହା ସାହାଯ୍ୟରେ ବି
ଭଲ ଫଟୋ ଉଠାଯାଇପାରେ!ତେବେ ଫଟୋ ଉଠାଇବା ସମୟରେ ଏହାକୁ ଆଡ଼୍‍ଜଷ୍ଟ୍‍ କରିବାକୁ ପଡ଼ିଥାଏ।ଆଉ ଯଦି ଆପଣ ISO କୁ ବଢ଼ାଇକି ଫଟୋ ଉଠାନ୍ତି ତ,ତେବେ ନିଶ୍ଚିନ୍ତ ରୂପରେ ଆପଣଙ୍କର ଭଲ ଫଟୋଟି ଭଲ ଉଠିବ।
୩-ଫ୍ଲାସ୍‌ ଲାଇଟ୍‌କୁ ଅଫ୍‌ କରନ୍ତୁ: ଏଥ ସହିତ ନିମ୍ନ ରଶ୍ମିରେ ଫଟୋଗ୍ରାଫି କରିବା ସମୟରେ ପ୍ରଥମେ ଆପଣ ଆପଣଙ୍କର ଫୋନ୍‌ର ଫ୍ଲାସ୍‌ ଲାଇଟ୍‌କୁ ଅଫ୍‌ କରନ୍ତୁ।କାହିଁକିନା ବହୁତ ଥର ଏହା ଦେଥାଯାଇଥାଏ ଯେ ଖରାପ୍‌ ଫ୍ଲାସ୍‌ ଲାଇଟ୍‌ କାରଣରୁ ଫଟୋଟି ଭଲ ଆସିବା ବଦଳରେ ଖରାପ ହୋଇଯାଇଥାଏ।ତେଣୁ ଏଥିରୁ ମୁକୁଳିବା ପାଇଁ ହେଲେ, ପ୍ରଥମତଃ ଆପଣଙ୍କ ଫ୍ଲାସ୍‌ ଲାଇଟ୍‌କୁ ଅଫ୍‌ କରନ୍ତୁ।
୪-କ୍ୟାମେରା ଆପ୍‌କୁ ଟ୍ରାଇ କରନ୍ତୁ: ଫୋନ୍‌ରେ ଇନ୍‌-ବିଲ୍ଟ କ୍ୟାମେରା ବ୍ୟତୀତ ଆପଣ ଚାହିଁଲେ ବି କ୍ୟାମେରା ଆପ୍‌ର ପ୍ରୟୋଗ କରିପାରନ୍ତି!କାହିଁକିନା ଏହି ଆପ୍‌ଟି ନର୍ମାଲ୍‌ କ୍ୟାମେରା ଆପ୍‌ ଠାରୁ ଅଧିକ ପରିମାଣରେ ଭଲ ଅଟେ।
୫-କଳା ଏବଂ ଧଳା ଫିଲ୍ଟରର ପ୍ରୟୋଗ କରନ୍ତୁ: ତେବେ କମ୍‌ ରଶ୍ମିରେ ଫଟୋଗ୍ରାଫି କରିବା ସମୟରେ ଆପଣ କଳା ଏବଂ ଧଳା ଫିଲ୍ଟରର ପ୍ରୟୋଗ କରନ୍ତୁ।ଏହାଦ୍ୱାରା ଫଟୋ ଭଲ ଉଠିଥାଏ।
୬-ଏବେ କ’ଣଏହି HRD ଆସନ୍ତୁ ଜାଣିବା!….
HRDର ଅର୍ଥ ହେଉଛି ହାଇ ଡ଼ାଇନାମିକ୍‌ ରେଞ୍ଜ୍‌।ଏହା ଫଟୋକୁ ଭଲ କରି ଉଠାଇବାରେ ସାହାଯ୍ୟ କରିଥାଏ।ଏହି ମୋଡ଼୍‍ ଜରିଆରେ ଆପଣ ଯଦି ଫଟୋ ଉଠାନ୍ତି,ତେବେ ଏହା ଆପଣଙ୍କ ଫଟୋକୁ ଭଲ ଭାବରେ କ୍ୟାପ୍‌ଚର କରାଇଥାଏ।ତେବେ ଫଟୋ ଉଠାଇବା ଲାଗି ଏହି ମୋଡ଼୍‍ ତିନୋଟି ଫଟୋର ପ୍ରୟୋଗ
କରିଥାଏ, ଯାହା ମାଧ୍ୟମରେ କି ଅଲଗା ଅଲଗା ଏକ୍ସପୋଜର୍‌ ଉପରେ କ୍ୟାପଚର୍‌ କରାଯାଇପାରେ!ପରେ ଏହାକୁ ଏକ ଫଟୋ ରୂପେ ପ୍ରସ୍ତୁତ କରାଯାଇଥାଏ।

ସମ୍ବନ୍ଧିତ ଖବର