‘ମନ୍‌ କୀ ବାତ୍‌’ରେ ରଥଯାତ୍ରା ସଂପର୍କରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଉ କିଛିଦିନ ପରେ ଅର୍ଥାତ ଆସନ୍ତା ଜୁଲାଇ ୧ ତାରିଖରେ ଭଗବାନ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି । ପୁରୀର ଏହି ବିଶ୍ବ ପ୍ରସିଦ୍ଧ ଯାତ୍ରା ସହିତ ପ୍ରତ୍ୟେକ ଦେଶବାସୀ ପରିଚିତ । ଏହି ଅବସରରେ ପୁରୀ ଯିବାର ସୌଭାଗ୍ୟ ପାଇବା ପାଇଁ ପ୍ରତ୍ୟେକ ଲୋକ ଚେଷ୍ଟା କରିଥାନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ଜଗନ୍ନାଥଙ୍କ ରଥଯାତ୍ରା ଖୁବ୍ ଧୁମଧାମରେ ହୋଇଥାଏ । ଭଗବାନ ଜଗନ୍ନାଥଙ୍କ ଯାତ୍ରା ଆଷାଢ଼ ମାସ ଦ୍ୱିତୀୟାରୁ ଆରମ୍ଭ ହୁଏ । ଆମର ଗ୍ରନ୍ଥରେ ‘ଆଷାଢ଼ସ୍ୟ ଦ୍ୱିତୀୟ ଦିବସେ… ରଥଯାତ୍ରା’, ସଂସ୍କୃତ ଶ୍ଳୋକରେ ଏହିପରି ବର୍ଣ୍ଣନା ମିଳେ। ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗୁଜରାଟର ଅହମ୍ମଦାବାଦରେ ମଧ୍ୟ ପ୍ରତିବର୍ଷ ଆଷାଢ଼ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ମୁଁ ଗୁଜରାଟରେ ଥିଲି, ତ ମୋତେ ପ୍ରତିବର୍ଷ ଏହି ଯାତ୍ରାରେ ସେବା କରିବାର ସୌଭାଗ୍ୟ ମିଳୁଥିଲା । ଆଷାଢ଼ ଦ୍ୱିତୀୟା, ଯେଉଁ ଯାହାକୁ ଆଷାଢ଼ି ବିଜ୍ ମଧ୍ୟ କହନ୍ତି, ଏହି ଦିନରୁ କଚ୍ଛରେ ନବବର୍ଷ ମଧ୍ୟ ଆରମ୍ଭ ହୋଇଥାଏ । ମୁଁ, ମୋର ସମସ୍ତ କଚ୍ଛି ଭାଇଭଉଣୀମାନଙ୍କୁ ନବବର୍ଷର ଶୁଭକାମନା ଜଣାଉଛି । ମୋ ପାଇଁ ଏଇଥିପାଇଁ ମଧ୍ୟ ଏହିଦିନ ବହୁତ ଗୁରୁତ୍ୱପୂର୍ଣ୍ଣ- ମୋର ମନେପଡ଼ୁଛି, ଆଷାଢ଼ ଦ୍ୱିତୀୟାର ଦିନକ ପୂର୍ବେ, ଅର୍ଥାତ ଆଷାଢ଼ର ପ୍ରଥମ ତିଥିରେ ଆମେ ଗୁଜରାତରେ ଏକ ସଂସ୍କୃତ ଉତ୍ସବ ଆରମ୍ଭ କରିଥିଲୁ, ଯେଉଁଥିରେ ସଂସ୍କୃତ ଭାଷାର ଗୀତ-ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଆୟୋଜନର ନାମ “ଆଷାଢସ୍ୟ ପ୍ରଥମ ଦିବସେ’ । ଉତ୍ସବକୁ ଏହି ସ୍ୱତନ୍ତ୍ର ନାମ ଦେବା ପଛରେ ମଧ୍ୟ ଏକ କାରଣ ରହିଛି । ପ୍ରକୃତରେ, ସଂସ୍କୃତର ମହାନ କବି କାଳିଦାସ ଆଷାଢ଼ ମାସରୁ ବର୍ଷା ଆଗମନ ଉପରେ ମେଘଦୂତମ୍ ଲେଖିଥିଲେ । ମେଘଦୂତମର ଏକ ଶ୍ଳୋକ ହେଉଛି- ଆଷାଢସ୍ୟ ପ୍ରଥମ ଦିବସେ ମେଘମ୍ ଆଶ୍ଳିଷ୍ଟ ସାନୁମ୍, ଅର୍ଥାତ ଆଷାଢ଼ର ପ୍ରଥମ ଦିନ ପର୍ବତ ଶିଖରରେ ଗୁଡ଼େଇ ହୋଇରହିଥିବା ମେଘ, ଏହି ଶ୍ଳୋକ ଏ ଆୟୋଜନର ଆଧାର ହୋଇଥିଲା ।

india.com

ବନ୍ଧୁଗଣ, ଅହମଦାବାଦ ହେଉ ବା ପୁରୀ, ଭଗବାନ ଜଗନ୍ନାଥ ନିଜର ଏହି ଯାତ୍ରା ଜରିଆରେ ଆମକୁ ଅନେକ ଗଭୀର ମାନବୀୟ ସନ୍ଦେଶ ମଧ୍ୟ ଦିଅନ୍ତି । ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ, କିନ୍ତୁ ତାଙ୍କର ଯାତ୍ରାରେ ଗରିବ, ବଂଚିତଙ୍କ ବିଶେଷ ଅଂଶଗ୍ରହଣ ହୋଇଥାଏ । ଭଗବାନ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଚାଲିଥାନ୍ତି । ଏପରି ଆମ ଦେଶରେ ଯେତେ ଯାତ୍ରା ହୁଏ, ସବୁଠି ଧନୀଗରିବ, ଉଚ୍ଚନୀଚ ଏପରି କୌଣସି ଭେଦଭାବ ଦୃଷ୍ଟିକୁ ଆସେ ନାହିଁ । ସମସ୍ତ ଭେଦଭାବରୁ ଊର୍ଦ୍ଧ୍ଵକୁ ଉଠି, ଯାତ୍ରା ହିଁ ସର୍ବୋପରି ହୋଇଥାଏ ।

ସମ୍ବନ୍ଧିତ ଖବର