ରାସ୍ତାରେ ଓହ୍ଲାଇବ ମୋଦୀଙ୍କ ବିମାନ: ଆଜି ୟୁପିର ବହୁଚର୍ଚ୍ଚିତ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଉଦଘାଟନ ହେବ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିପାରେ । ଉଦଘାଟନ ସମୟ ଏହା ହିଁ ସଙ୍କେତ ଦେଉଛି । ଆଜି ପ୍ରଧାନମନ୍ତ୍ରୀ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ । ଅପରାହ୍ଣ ୧ ଘଣ୍ଟା ୩୦ ମିନିଟରେ ମୋଦୀ ଏକ୍ସପ୍ରେସଓ୍ବେରେ ଓହ୍ଲାଇ ଏକ ଜନସଭାକୁ ଯିବେ।

ଆଜି ଏହି ସ୍ଥାନରେ ଉଦଘାଟନ ଉତ୍ସବ ପାଳନ ହେବ । ୩୪୧ କିଲୋମିଟରର ଏହି ଲମ୍ବା ଏକ୍ସପ୍ରେସ ୱେକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ରାଜଧାନୀ ଲ‌କ୍ଷ୍ନୌଠାରୁ ଗାଜିପୁରକୁ ସଂଯୋଗ କରିବ ପୂର୍ବାଞ୍ଚଳ ଏକସପ୍ରେସ ୱେ । ତେବେ ଉଦଘାଟନୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ବାୟୁସେନାର ଏୟାର ସୋ’ । ଯେଉଁଠି ସୁଖୋଇ, ମିରାଜ ଭଳି ଲଢୁଆ ବିମାନର କମାଲ ଦେଖିବାକୁ ମିଳିବ । ଏହି ସବୁ ବିମାନ ଏକ୍ସପ୍ରେସ୍ ୱେରେ ଅବତରଣ କରିବେ ବୋଲି ଜଣାପଡ଼ିଛି ।

ଏହି ଏକ୍ସପ୍ରେସ ୱେକୁ ନେଇ ଥିବା କିଛି ତଥ୍ୟ ଉପରେ ନଜର ପକାଇବା –

– ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଲମ୍ବ ୩୪୧ କିଲୋମିଟର।
– ୮ଘଣ୍ଟା ୩୦ ମିନିଟରେ ନୋଏଡାରୁ ଗାଜିପୁରରେ ପହଞ୍ଚିବା ହେବ ସମ୍ଭବ।
– ଲକ୍ଷ୍ନୌଠାରୁ ଗାଜିପୁର ଯିବା ପାଇଁ କୌଣସି ସ୍ଥାନରେ ରହିବାକୁ ପଡିବନି।
– ୨୨ ହଜାର ୪୯୪ କୋଟି ଟଙ୍କା ବ୍ୟୟରେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ତିଆରି କରାଯାଇଛି।
– ଏଥିରେ ୧୮ଟି ଫ୍ଲାଏଓଭର ଓ ୭ଟି ରେଲୱେ ବ୍ରିଜ ରହିଛି।
– ୭ଟି ବଡ ବ୍ରିଜ ସହ ୧୧୮ଟି ଛୋଟ ବ୍ରିଜ ରହିଛି।
– ୧୩ଟି ଇଂଟରଚେଂଜ ଓ ୮ଟି ଟୋଲ ପ୍ଲାଜା ରହିଛି।
– ୨୭୧ଟି ଅଂଡରପାସ ଓ ୫୦୩ଟି ଛୋଟ ପୋଲ ରହିଛି।
– ଗାଡି ଚଢିବା ଓ ଉଠିବା ପାଇଁ ରହିଛି ୧୩ଟି କଟ୍।
– ଏହା ଉତ୍ତରପ୍ରଦେଶର ୯ଟି ଜିଲ୍ଲା ଦେଇ ଗତି କରିବ।
– ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏହି ସ୍ଥାନରେ କଡାକଡି ରହିଛି।
– ଆଡଭାନ୍ସ ଟ୍ରାଫିକ ମ୍ୟାନେଜମେଂଟ ବ୍ୟବସ୍ଥା କରାଯାଇଛି।
– ପଶୁ ପକ୍ଷୀ ଯେପରି ନଆସିପାରିବେ ସେ ବ୍ୟବସ୍ଥା ରହିଛି।
– ୩ କିଲୋମିଟରର ରନୱେ ରହିଛି।
– ଜରୁରୀସ୍ଥିତିରେ ଏଠାରେ କୌଣସି ବି ବିମାନ ଓହ୍ଲାଇପାରିବ।
– ବିମାନ ଅବତରଣ ସମୟରେ ରାସ୍ତାର ଟ୍ରାଫିକକୁ ଅଟକାଇବାକୁ ପଡିବ ନାହିଁ।

ସମ୍ବନ୍ଧିତ ଖବର