ଆଜି ମୋଦୀଙ୍କ ଜମ୍ମୁ-କଶ୍ମୀର ଗସ୍ତ; ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିବେ

ନୂଆଦିଲ୍ଳୀ: ଜମ୍ମୁ କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ୩୦ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  । ସ୍ୱାସ୍ଥ୍ୟ, ଶିକ୍ଷା, ରେଳ, ବିମାନ ଚଳାଚଳ, ପେଟ୍ରୋଲିୟମ ଭଳି କ୍ଷେତ୍ର ସହ ଜଡ଼ିତ ରହିଛି ଏହି ପ୍ରକଳ୍ପ  ।

ପୂର୍ବାହ୍ନ ସାଢ଼େ ୧୧ଟାରେ ଜମ୍ମୁର ମୌଲାନା ଆଜାଦ ଷ୍ଟାଡିଅମରେ ସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ୟେଶ୍ୟରେ ଉତ୍ସର୍ଗ କରିବେ ମୋଦୀ  । ଆଇଆଇଟି ଜମ୍ମୁ, ଆଇଆଇଟି ଭିଲାଇ, ଆଇଆଇଟି ତିରୁପତି, ଆଇଆଇଏମ ଜମ୍ମୁ, ଆଇଆଇଏମ ବୋଧଗୟା ଏବଂ ଆଇଆଇଏମ୍ ବିଶାଖାପାଟଣା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନକୁ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ ମୋଦୀ  । ସେହିପରି ଦେଶରେ କେନ୍ଦ୍ରୀୟ ବିଦ୍ୟାୟଳ ପାଇଁ ୨୦ଟି କୋଠା ଏବଂ ୧୩ଟି ନୂତନ ନବୋଦୟ ବିଦ୍ୟାଳୟ କୋଠାର ମଧ୍ୟ ଉଦଘାଟନ କରାଯିବ । ଏହାଛଡ଼ା ଜମ୍ମୁ କାଶ୍ମୀରରେ ପ୍ରାୟ ୧୫ ଶହ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଂଟନ କରିବେ ପ୍ରଧାନମନ୍ତ୍ରୀ  ।

ସମ୍ବନ୍ଧିତ ଖବର