ଏନଓସି ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗକୁ ଧରିଲା ପୁଲିସ

ଭୁବନେଶ୍ୱର: ଏନଓସି ଜାଲିଆତି କରି ଗାଡ଼ି ବିକୁଥିବା ଗ୍ୟାଙ୍ଗକୁ ଠାବ କରିଛି ପୁଲିସ। ଖୋର୍ଦ୍ଧାରୁ ଭଦ୍ରକ ଯାଏ ଲମ୍ବିଥିବା ଠକେଇ ଗ୍ୟାଙ୍ଗକୁ ଧରିଛି।  ଏହି ଗ୍ୟାଙ୍ଗ ଫାଇନାନ୍ସ ଗାଡ଼ିକୁ କମ ଟଙ୍କାରେ କିଣି, ଫେକ ଡକ୍ୟୁମେଣ୍ଟ ଜରିଆରେ ଏହାର ମିଛ ଏନଓସି ତିଆରି କରି ଗାଡ଼ି ବିକ୍ରି କରୁଥିଲା। ଗାଡ଼ି ମାଲିକଙ୍କୁ ଚୁନା ଲଗାଇ ଫେରାର ହେବା ପରେ, ଫାଇନାନ୍ସ କମ୍ପାନି ଗାଡ଼ି ମାଲିକଙ୍କଠାରୁ ଗାଡ଼ି ଟାଣି ନେଉଥିଲେ।

ଏନେଇ ସହିଦନଗର ଥାନାରେ ଅଭିଯୋଗ ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ଗୋଟିଏ ବୋଲେରୋ ଜବତ ହୋଇଛି। ଏହି ଗ୍ୟାଙ୍ଗ ଶତାଧିକ ଲୋକଙ୍କୁ ଏହିଭଳି ଠକେଇ କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର