ଭୁବନେଶ୍ବର: କଟକ- ଭୁବନେଶ୍ବର ଦ୍ବୈତନଗରୀର ମଲ୍, ରେଷ୍ଟୁରାଣ୍ଟ, ବାର, କ୍ଲବ ପାଇଁ ପୁଲିସ କମିସନର କଡ଼ା ଚେତାଵନୀ ଦେଇଛନ୍ତି। ଏସଆରସିଙ୍କ ନିୟମ ଅନୁସାରେ ମାଲିକମାନେ କୋଭିଡ ନିୟମ ଠିକ୍ ଭାବରେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଗତକାଲିଠୁ ଚେକିଂକୁ ଜୋରଦାର କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯିବ। ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହେବ। ଏମିତିକି ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।