ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନୂଆ କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତାବକୁ ଚାଷୀ ସଂଗଠନମାନେ ପ୍ରତ୍ୟାଖ୍ୟାନ କରିବା ସହ ଜାନୁଆରି ୨୬ରେ ଟ୍ରାକ୍ଟର ରୢାଲି କରିବା ପାଇଁ ଯୋଜନା ଚୂଡ଼ାନ୍ତ କରିଛନ୍ତି। ଏ ବାବଦରେ ଦିଲ୍ଲୀ ପୁଲିସ ଗତକାଲି ଅନୁମତି ଦେଇଥିବା ବେଳେ ଆଜି ବରିଷ୍ଠ ପୁଲିସ ଅଧିକାରୀ ଏବଂ ଚାଷୀମାନେ ଏକ ବୈଠକରେ ଏ ବାବଦରେ ଆଲୋଚନା କରିଛନ୍ତି। ରୢାଲିର ରୁଟ୍ ଚାର୍ଟ ନେଇ ପୁଲିସ ଏବଂ ଚାଷୀ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଦିଲ୍ଲୀର ୩ ସୀମାରେ ଏହି ରୢାଲି ୧୦୦ କିମି ରାସ୍ତା ଅତିକ୍ରମ କରିବ ବୋଲି ଜଣାପଡ଼ିଛି । ଆନ୍ଦୋଳନ ଜାରି ରହିଥିବା ସିଂଘୁ ସୀମା, ଟିକିରି ସୀମା ଏବଂ ଗାଜିପୁର ୟୁପି ଗେଟ୍ ଅଂଚଳରେ ରୢାଲିରେ ସାମିଲ ହେବାକୁ ହଜାର ହଜାର ଟ୍ରାକ୍ଟର ପହଞ୍ଚି ସାରିଛି। ଏହି ୩ ସୀମାରେ ବଡ଼ ଧରଣର ଚାଷୀ ସମାବେଶକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।
ଟ୍ରାକ୍ଟର ରାଲିରେ ବିଶୃଙ୍ଖଳା ପାଇଁ ୩୦୦ ପାକିସ୍ତାନୀ ଟ୍ବିଟର୍ ଆକାଉଣ୍ଟ ସକ୍ରିୟ
ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀମାନେ ବଡ଼ ଧରଣର ଟ୍ରାକ୍ଟର ରୢାଲି ପାଇଁ ଯୋଜନା କରିଥିବା ବେଳେ ଏଥିରେ ଧରଣର ବିଶୃଙ୍ଖଳା ପାଇଁ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ହେଉଛି। ଟ୍ରାକ୍ଟର ରୢାଲିକୁ ନେଇ ବିଭ୍ରାନ୍ତି, ଉତ୍ତେଜନା ବଢ଼ାଇବା ସହ ଆନ୍ଦୋଳନକାରୀଙ୍କୁ ଉସୁକାଇବା ପାଇଁ ୩୦୦ରୁ ଅଧିକ ପାକିସ୍ତାନୀ ଟ୍ବିଟର୍ ଆକାଉଣ୍ଟ ସକ୍ରିୟ ରହିଛି ବୋଲି ଆଜି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି । ଜାନୁଆରି ୧୩ରୁ ୧୮ ତାରିଖ ମଧ୍ୟରେ ଏହି ଆକାଉଣ୍ଟ ସୃଷ୍ଟି ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସାଇବର୍ ଗୁଇନ୍ଦା ଟିମ୍ ଏହା ଉପରେ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/tractor-rally-1.jpg)