ସୋସିଆଲ ମିଡିଆରେ ରୋଗୀ ଜଣାଇଲେ କ୍ଷୋଭ, ଚାନ୍ଦପୁର କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ଦେଖନ୍ତୁ ଭିଡିଓ

ରୋଗୀଙ୍କୁ ଠିକ ଭାବେ ଖାଦ୍ୟ, ପାଣି ମିଳୁନି

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଭାବେ ଖାଦ୍ୟ, ପାନୀୟ ଦିଆଯାଉ ନଥିବା ଅଭିଯୋଗ ଆସିଛି। ଯେଉଁଥିପାଇଁ ରୋଗୀମାନେ ହନ୍ତସନ୍ତ ହେଉଥିବା ଦେଖାଯାଇଛି। ଦଶପଲ୍ଲା ଅଞ୍ଚଳର ଜଣେ ରୋଗୀ ୪ ଦିନ ହେବ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ଗାଧୋଇବା କିମ୍ବା ପିଇବା ପାଇଁ ପାଣି ମିଳୁ ନଥିବାରୁ ଉକ୍ତ ବ୍ୟକ୍ତିଜଣଙ୍କ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ଭିଡିଓ ଜରିଆରେ ବ୍ୟକ୍ତ କରିଥିବା ଦେଖାଯାଇଛି। ଉକ୍ତ ବ୍ୟକ୍ତିଜଣଙ୍କ ଜଣେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ରୋଗୀ ହୋଇଥିବା ବେଳେ ଏଠାରେ ଅଧାପେଟ ଖାଇବାକୁ ଦିଆଯାଉଥିବା, ଟାଇବେଟିସ୍ ଥିଲେ ମଧ୍ୟ ତାଙ୍କୁ ଆଳୁ ମିଶ୍ରତ ଖାଦ୍ୟ ଦିଆଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ଚାନ୍ଦପୁର କୋଭିଡ ହସ୍ପିଟାଲକୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସମ୍ ହସ୍ପିଟାଲ ସହିତ ଚୁକ୍ତି କରି ଏହାର ପରିଚାଳନା କରୁଛନ୍ତି। କରୋନା ମୁକାବିଲା ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଏଠାରେ ରୋଗୀଙ୍କୁ ଖାଦ୍ୟ, ପାନୀୟ ମିଳୁ ନଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତେବେ ସାଂଘାତିକ। ଏବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତିପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗକୁ ଏଡାଇ ଯାଇଛନ୍ତି, ସମ୍ ହସ୍ପିଟାଲ କ୍ୟାଣ୍ଟିନ୍ କର୍ତ୍ତୃପକ୍ଷ ରୋଗୀଙ୍କୁ ଖାଇବା ଯୋଗାଉଛନ୍ତି, ମଟର ସମସ୍ୟା ପାଇଁ ଟିକେ ପାଣି ଯୋଗାଇବା ବିଳମ୍ବ ହୋଇଥିଲା। ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ମିଶ୍ର କହିଛନ୍ତି।

 

ସମ୍ବନ୍ଧିତ ଖବର