ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ ଦେଉଳଡିହା ଗ୍ରାମରେ ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ତରଭୁଜ ଓ ଆଳୁ ଫସଲ ନଷ୍ଟ ହୋଇଛି। ବିଳମ୍ୱିତ ରାତିରେ ହାତୀପଲ ଗ୍ରାମର ସତ୍ୟାନନ୍ଦ ସାହୁ, ରତିରଂଜନ ପ୍ରଧାନ, ପଙ୍କଜ ଲୋଚନ ପ୍ରଧାନ, ମହେଶ୍ୱର ପ୍ରଧାନ ଓ ଲାଲମୋହନ ପ୍ରଧାନଙ୍କ ଏକରରୁ ଊର୍ଦ୍ଧ୍ବ ତରଭୁଜ ଓ ଆଳୁ ଫସଲ ଖାଇବା ସହିତ ମାଡିଦଳି ନଷ୍ଟ କରିଦେଇଛନ୍ତି।
କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।