ଭୁବନେଶ୍ୱର : ଓଡ଼ିଶାର ମସଲା ବଜାରରେ ପ୍ରବେଶ କରିଛି ଏକ ନୂଆ ବ୍ରାଣ୍ଡ୍ ପ୍ରକୃତିରସ ମସଲା । କମ୍ପାନି ପକ୍ଷରୁ ବିବିଧ ପ୍ରକାର ମସଲା ଉପସ୍ଥାପନ କରିଛି ଯାହା ମୁଖ୍ୟତଃ ମୌଳିକ ମସଲା, ମିଶ୍ରିତ ମସଲା ଏବଂ ଗୋଟା ମସଲା ଭଳି ତିନିଟି ବର୍ଗରେ ରହିଛି । ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଚିକେନ ମସଲା, ମିଟ୍ ମସଲା, ଗରମ ମସଲା, ସବଜୀ ମସଲା, ପଂଚ ଫୁଟଣ, ଗୋଲମରିଚ ଗୁଣ୍ଡ ଓ ଡାଲଚିନି ଗୁଣ୍ଡ ପ୍ରଭୁତି କଂପାନିର ଉତ୍ପାଦ ବର୍ଗମାଳାରେ ରହିଛି । ପ୍ରକୃତିରସ ପକ୍ଷରୁ ଅଦା ପାଉଡର, ପିଆଜ ପାଉଡର, ରସୁଣ ପାଉଡର ଭଳି ସ୍ୱତନ୍ତ୍ର ଉତ୍ପାଦ ଉପସ୍ଥାପନ କରାଯାଇଛି, ଯାହା ଗ୍ରାହକମାନଙ୍କୁ ସେମାନଙ୍କ ରୋଷେଇରେ ସ୍ୱତବ ଓ ସୁସ୍ୱାଦ ଖାଦ୍ୟ ପରଷିବାର ସୁଯୋଗ ସୃଷ୍ଟି କରୁଛି ।
ଅଗ୍ରଣୀ ରୋଷେଇ କଳା ଭିତ୍ତିକ ରିଅଲିଟି ସୋ’ ମାଷ୍ଟରସେଫ୍ରେ ଶ୍ରେଷ୍ଠ ସାତ ମଧ୍ୟରେ ସ୍ଥାନ ପାଇଥିବା ସେଫ୍ ବିଶ୍ୱଜିତ ଏହି ଉନ୍ମୋଚନ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କଂପାନିର ପରିଚାଳନା ନିଦେ୍ର୍ଦଶକ ହିମାଦ୍ରୀ ତନୟା ଜେନା, ନିଦେ୍ର୍ଦଶକ ଅଙ୍କିତ ମହାପାତ୍ର ଓ ଶୁଭ୍ରଜିତ ଲେଙ୍କା ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Pic-Prakrtirash-Unveils-a-Symphony-of-Purity-and-Health-in-Odishas-Spice-Landscape.jpeg)