ଆସୁଛି ବର୍ଷା ଋତୁ: ଅନଲକ-୨ରେ ବେପରୁଆ ହୁଅ ନାହିଁ; ଦେଶବାସୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗ‌ାଁ ମୁଖିଆ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ, ନିୟମ ସମସ୍ତଙ୍କ ପାଇଁ ସମାନ

ନୂଆଦିଲ୍ଲୀ: କରୋନା କାଳରେ ଆଜି ଷଷ୍ଠ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଦେଶରେ ଆଜି ମଧ୍ୟରାତ୍ର ଠାରୁ ଅନଲକ-୨ ଲାଗୁ ହେବାକୁ ଯାଉଥିବା ବେଳେ ଆଗକୁ ଅଧିକ ସତର୍କ ରହିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ | ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେ ଏବେ ଅନଲକ-୨ରେ ପ୍ରବେଶ କରିବାକୁ ଯାଉଛେ | ଏହା ସହ ଏବେ କାଶ, ଜ୍ୱର ଏବଂ ଥଣ୍ଡାର ଋତୁ ମଧ୍ୟ ଆରମ୍ଭ ହେବାକୁ ଯାଉଛି | ଏଭଳି ପରିସ୍ଥିତିରେ ମୁଁ ଦେଶବାସୀଙ୍କୁ ସେମାନଙ୍କର ଯତ୍ନ ନେବାକୁ ଅନୁରୋଧ କରୁଛି | ଲକଡାଉନ ସମୟରେ ଯେମିତି ଲୋକ ସତର୍କ ରହୁଥିଲେ ଅନଲକ-୨ରେ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ ହେବ | ଏବେ କିଛି ଲୋକ ନିୟମ ମାନୁନଥିବା ଖବର ସାମ୍ନାକୁ ଆସୁଛି | ଏଭଳି ହେଲେ ଆମ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିବ | ପୃଥିବୀର ଅନ୍ୟ ଦେଶ ତୁଳନାରେ କୋଭିଡ-୧୯ ଯୁଦ୍ଧରେ ଭାରତ ଏକ ନିୟନ୍ତ୍ରିତ ସ୍ଥିତିରେ ରହିଛି | ଠିକ୍ ସମୟରେ ଲକଡାଉନ ନିଷ୍ପତ୍ତି ଏବଂ ଏଥିରେ ବିଭିନ୍ନ ପଦକ୍ଷେପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି |

Indian Community In Houston Is Excited To See Pm Narendra Modi ...
Amar Ujala

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଅନଲକ୍-୧ ଆରମ୍ଭ ହେବା ଦିନଠାରୁ ବ୍ୟକ୍ତିଗତ ଏବଂ ସାମାଜିକ ଆଚରଣରେ ଅବହେଳା ବଢ଼ିବାରେ ଲାଗିଛି | ଲକଡାଉନ କାଳରେ ଲୋକେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ନିୟମର ପାଳନ କରୁଥିଲେ | ଦିନକୁ ଅନେକ ଥର ୨୦ ସେକେଣ୍ଡ ପାଇଁ ହାତ ଧୋଇବା ବିଷୟରେ ମଧ୍ୟ ଅଧିକ ସଚେତନ ଥିଲେ | କିନ୍ତୁ ଅନଲକ-୧ ପରଠାରୁ ଲୋକେ ସତର୍କ ରହି ନିୟମ ପାଳିବା ବନ୍ଦ କରିଦେଇଛନ୍ତି | ବର୍ତ୍ତମାନ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ପୁନର୍ବାର ସମାନ ସତର୍କତା ଦେଖାଇବାକୁ ପଡିବ | କଣ୍ଟେଣ୍ଟମେଣ୍ଟ ଜୋନ୍ ଉପରେ ଆମର ଏକ ବିଶେଷ ଧ୍ୟାନ ରହିବା ଆବଶ୍ୟକ | ଯଦି କେହି ନିୟମର ଅବମାନନା କରୁଥିବାର ଆପଣ ଦେଖନ୍ତି, ତେବେ ସେମାନଙ୍କୁ ତାହା ନକରିବାକୁ ସେମାନଙ୍କୁ କୁହନ୍ତୁ |

ଏକ ଦେଶରେ ଜଣେ ପ୍ରଧାନମନ୍ତ୍ରୀ ମାସ୍କ ନପିନ୍ଧି ସାର୍ବଜନିକ ସ୍ଥାନକୁ ଯାଇଥିବାରୁ ତାଙ୍କୁ ୧୫,୦୦୦ଟଙ୍କା ଜରିମାନା ଦେବାକୁ ପଡିଥିଲା | ସେଭଳି ଭାରତରେ ଗାଁର ମୁଖିଆ ହୁଅନ୍ତୁ କି ଦେଶର ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ନିୟମ ସମାନ ହେବା ଦରକାର ଏବଂ ସମସ୍ତେ ନିୟମ ମାନିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ |

ସମ୍ବନ୍ଧିତ ଖବର