ଛତ୍ରପୁର: ଛତ୍ରପୁର ଉପ କାରଗାରରେ ଜଣେ ଆନ୍ତେବାସୀଙ୍କ ବ୍ରହ୍ମପୁର ଏମ୍‌ କେ ସି ଜି ମେଡ଼ିକାଲ କଲେଜ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ମୃତ ବିଚାରାଧୀନ କଏଦୀଙ୍କ ନାମ ହେଲା ଶିବରାମ ପ୍ରଧାନ। ୮ ମାସ ପୂର୍ବେ ଶିବରାମ ଗଞେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିଲେ। ସୂଚନା ମୁତାବକ ଆଜି ଭୋର ସମୟରେ ଶିବରାମ୍‌ ଛତ୍ରପୁର ଜେଲ୍‌ରେ ବାଥ୍‌ରୁମ୍‌ ଯାଇଥିବା ସମୟରେ ସେଠାରେ ତାଙ୍କର ଗୋଡ଼ ଖସି ପଡ଼ିଯାଇଥିଲା। ଫଳରେ ସେ ଆହତ ହୋଇଥିଲେ।

Advertisment

ଏହାପରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁତର ଅବସ୍ଥାରେ ଆହତ ଶିବରାମଙ୍କୁ ବ୍ରହ୍ମପୁର ଏମ୍‌ କେ ସି ଜି ମେଡ଼ିକାଲ କଲେଜ୍‌ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା। ତେବେ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏଥିସହିତ ଶିବରାମଙ୍କ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ ନକରି ତାଙ୍କ ପରିବାରବର୍ଗ ସନ୍ଦେହ କରିଛନ୍ତି। ସୂଚନା ଅନୁଯାୟୀ, ଶିବରାମଙ୍କ ଘର ଦିଗପହଣ୍ଡି ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କର ବୟସ ୨୫ ବର୍ଷ ବୋଲି ଜଣାଯାଇଛି।