ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଆମେରିକୀୟ ଗାୟକ ନିକ୍ ଜୋନ୍ସଙ୍କୁ ଡେଟ୍ କରୁଥିବାର ଚର୍ଚ୍ଚା ବେଶ୍ କିଛି ଦିନଧରି ଜୋର ଧରିଛି। ଉଭୟଙ୍କର ଫଟୋ ଆଜିକାଲି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ମଧ୍ୟ ହେଉଛି। ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ୍ ନିକ୍ ଇତିମଧ୍ୟରେ ଏକାଧିକବାର ଏକା ସଙ୍ଗେ ଡିନର ଡେଟ୍ରେ ଯାଇଥିବା ବି କୁହାଯାଉଛିି।

ନିକଟରେନିକ୍ଙ୍କ କଜିନ୍ଙ୍କ ବାହାଘର ପାର୍ଟିକୁ ନିକ୍ ଓ ପ୍ରିୟଙ୍କା ସାଙ୍ଗ ହୋଇ ଯାଇଥିଲେ। ଏଥିରେ ଉଭୟଙ୍କର ମଜାଦାର ମୁହୂର୍ତ୍ତସବୁକୁ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳୁଛି। ଉଭୟଙ୍କର ଯେଉଁ ସବୁ ଫଟୋ ସୋସିଆଲ୍ ମିଡିଆରେ ପ୍ର୍ରସାରିତ ହୋଇଛି,ସେଥିରୁ ଅନୁମାନ କରାଯାଉଛି କି ପ୍ରିୟଙ୍କା ଓ ନିକ୍ କେବଳ ବନ୍ଧୁ ନୁହଁନ୍ତି। ଉଭୟଙ୍କର ପ୍ରେମ ସଂପର୍କ ନିଶ୍ଚିତ ଭାବେ ରହିଛି। ଏକଥାକୁ ସତ୍ୟ ବୋଲି ପ୍ରମାଣିତ କରିବାକୁ ଚାହୁଁଛନ୍ତି ନିକ୍। ନକ୍ ଏବେ ପ୍ରିୟଙ୍କା ଚୋପ୍ରାଙ୍କୁ ବାହା ହେବାକୁ ଚାହାଁନ୍ତି ବୋଲି ଚର୍ଚ୍ଚା ହେଉଛି।