ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ ବୟାନ ରେକର୍ଡ ନକରିବା ପାଇଁ ଅପିଲ କରିଥିଲେ ରିୟା, ଖାରଜ କଲା ଇଡି

ଦିନ ୧୧ଟା ୩୦ମିନିଟ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଟଙ୍କାକୁ କେଉଁ ଭଳି ଭାବରେ ଅଭିନେତ୍ରୀ  ରିୟା ଚକ୍ରବର୍ତ୍ତୀ ବ୍ୟବହାର କରିଥିଲେ, ତାହାର ଯାଞ୍ଚ ପାଇଁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ରିୟାଙ୍କୁ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ଇ‌-ମେଲ ଜରିଆରେ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ ବୟାନ ରେକର୍ଡ ନକରିବା ପାଇଁ ଅପିଲ କରିଥିଲେ ରିୟା। ତେବେ ରିୟାଙ୍କ ଇ-ମେଲ ପାଇବା ପରେ ଏବେ ତାଙ୍କ ଅପିଲକୁ ଖାରଜ କରିଦେଇଛି ଇଡି। ତାଙ୍କ ଇ‌ମେଲର ଜବାବ ଦେଇ ରିୟାଙ୍କୁ ଆଜି ଦିନ ୧୧ଟା ୩୦ମିନିଟ ମଧ୍ୟରେ ଆସି ହାଜର ହେବା ପାଇଁ କୁହାଯାଇଛି। ଯଦି ରିୟା ସମୟ ମଧ୍ୟରେ ହାଜର ନ ହୁଅନ୍ତି, ତେବେ ତାଙ୍କୁ ପୁଣି ଥରେ ସମନ ପଠାଯିବ।

Sushant Singh Rajput death case: Did Rhea Chakraborty and her ...
Times of India

ସୂଚନା ମୁତାବକ, ରିୟା ସୁଶାନ୍ତଙ୍କ ଟଙ୍କା ନେଇ ଘର କିଣିବା ସହ ସମ୍ପତ୍ତି କିଣିଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ କରିବା ପରେ ଇଡି ଯାଞ୍ଚ ଆରମ୍ଭ କରିଥିଲା। କିଛି ଦିନର ଯାଞ୍ଚ ପ‌ରେ ଇଡି ଗତ କିଛି ବର୍ଷ ମଧ୍ୟରେ ରିୟାଙ୍କ ଆୟ ୧୦ ଲକ୍ଷରୁ ୧୨ଲକ୍ଷକୁ ଏବଂ ପରେ ୧୪ଲକ୍ଷକୁ ବୃଦ୍ଧି ପାଇଥିବା ଜାଣିବାକୁ ପାଇଥିଲା । ଇଡି ଜାଣିବାକୁ ପାଇଥିଲା ଯେ, ରିୟା ଚକ୍ରବର୍ତ୍ତୀ ବହୁତ କମ ରୋଜଗାର ସତ୍ତ୍ୱେ ମୁମ୍ବାଇରେ ଦୁଇଟି ସମ୍ପତ୍ତି କିଣିଛନ୍ତି | ସେଥିମଧ୍ୟରୁ ଗୋଟିଏ ରିୟାଙ୍କ ନାମରେ ଥିବାବେଳେ ଅନ୍ୟ ସମ୍ପତ୍ତି ରିୟାଙ୍କ ପରିବାର ସଦସ୍ୟଙ୍କ ନାମରେ ପଞ୍ଜିକୃତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ରିୟାଙ୍କର ଏହି ଉଭୟ ସମ୍ପତ୍ତି ପାଇଁ କିଏ ଟଙ୍କା ଦେଇଛି ତାହା ଜଣା ପଡିନାହିଁ | ତେବେ ଏହାର ଯାଞ୍ଚ ପାଇଁ ଇଡି ଏହି ଦୁଇଟି ସମ୍ପତ୍ତିର କାଗଜପତ୍ର ରିୟାଙ୍କୁ ମାଗିଥିଲେ। ଏହା ସହ ତାଙ୍କୁ ଆଜି ହାଜର ହେବା ପାଇଁ କହିଥିଲେ।

ସମ୍ବନ୍ଧିତ ଖବର