ଏନ୍‌ପିଆର୍‌କୁ ନେଇ କଂଗ୍ରେସ କନ୍ଦଳ ବଢ଼ିଲା, ନିରୁପମଙ୍କ ଟାର୍ଗେଟ୍‌ରେ ଚିଦମ୍ବରମ

ନୂଆଦିଲ୍ଲୀ: ଜାତୀୟ ଜନସଂଖ୍ୟା ରେଜିଷ୍ଟର୍‌ (ଏନ୍‌ପିଆର୍‌)କୁ ନେଇ କଂଗ୍ରେସରେ ତୀବ୍ର କନ୍ଦଳ ଆରମ୍ଭ ହୋଇଯାଇଛି। ଏନ୍‌ପିଆର୍‌କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ଜେଏନ୍‌ୟୁରେ ବୟାନ ଦେବାପରେ ଏହାକୁ ଦଳର ବହୁ ନେତା ନାପସନ୍ଦ କରିଛନ୍ତି। ବରିଷ୍ଠ ନେତା ସଂଜୟ ନିରୁପମ ଚିଦମ୍ବରମଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏନ୍‌ପିଆର୍‌କୁ ନେଇ କଂଗ୍ରେସ ଭିତରେ ବହୁତ ବଡ଼ ଦ୍ବନ୍ଦ୍ବ ସୃଷ୍ଟି କରାଯାଇଛି। ଚିଦମ୍ବରମ ଏନ୍‌ପିଆର୍‌କୁ ବିରୋଧ କରିବା ପାଇଁ ଜେଏନ୍‌ୟୁ ଛାତ୍ରଙ୍କୁ ମତାଉଛନ୍ତି, ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା-ଏନ୍‌ସିପି ସରକାର ଏନ୍‌ପିଆର୍‌ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏନ୍‌ପିଆର୍‌କୁ ନେଇ ଏଭଳି ବିଭ୍ରାନ୍ତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ନିରୁପମ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର