ଦୁବାଇ: ଦୁବାଇ ଅନ୍ତର୍ଜାତୀୟ କ୍ରିକେ୍ଟ ଷ୍ଟାଡିୟମ୍ରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୪୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୨ ରନ୍ରେ ପରାସ୍ତ କଲା କିଙ୍ଗସ୍ ଇଲେଭେନ ପଞ୍ଜାବ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ମାତ୍ର ୧୨୬ ରନ୍ର ଲକ୍ଷ୍ୟକୁ ପିଛା କରି ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୪ ରନ୍ କରି ପରାଜୟ ବରଣ କରିଛି । ହାଇଦ୍ରାବାଦ ପକ୍ଷରୁ ପ୍ରଥମରୁ ଦୃଢ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଡେଭିଡ ୱାର୍ଣ୍ଣର ୨୦ ବଳରେ ୩୫ ରନ୍ ଓ ଜନି ବେୟାରଷ୍ଟୋ ୨୦ ବଲରେ ୧୯ ରନ୍ କରିଥିଲେ । ଅନ୍ୟପକ୍ଷରେ ମନୀଷ ପାଣ୍ଡେ ୧୫ କରିଥିବା ବେଳେ ବିଜୟ ଶଙ୍କର ୨୬ ରନ୍ କରି କରିଥିଲେ । ଏହା ପରେ ହାଇଦ୍ରାବାଦର କୌଣସି ବ୍ୟାଟ୍ସମ୍ୟାନ ପଡିଆରେ ତିଷ୍ଠି ପାରି ନଥିଲେ । ଅନ୍ୟପଟେ ପଞ୍ଜାବ ପକ୍ଷରୁ ରବି ବିଷନୋଇ, ମୁରୁଗାନ୍ ଅଶ୍ୱିନ୍ ଓ ମହମ୍ମଦ ଶାମି ୧-୧ ୱିକେଟ ନେଇଥିଲେ । ସେହିପରି କ୍ରିସ୍ ଜୋର୍ଡାନ୍ ଓ ଅର୍ଶଦୀପ ସିଂ ୩-୩ ୱିକେଟ ନେଇଥିଲେ। ଜୋର୍ଡାନ୍ ୧୯ତମ ଓଭରରେ ଲଗାତାର ୨ଟି ବଲରେ ୨ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ମଧ୍ୟ ଶେଷ ଓଭରରେ ଲଗାତାର ୨ଟି ବଲରେ ୨ଟି ୱିକେଟ ନେଇ ପଞ୍ଜାବକୁ ଏକ ବଡ ବିଜୟ ଦେଇଥିଲେ । ଫଳରେ ପଞ୍ଜାବ ଏହି ମ୍ୟାଚକୁ ୧୨ ରନ୍ରେ ଜିତି ନେଇଥିଲା । ଏହି ବିଜୟ ସହ ପଞ୍ଜାବ ୧୦ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୫ମ ସ୍ଥାନରେ ରହିଛି ।
ପୂର୍ବରୁ ସନ୍ରାଇଜର୍ସ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ୍ର ଅଧିନାୟକ ଡେଭିଡ୍ ଓ୍ଵାର୍ନରଙ୍କ ସଫଳ ରଣନୀତି ଯୋଗୁଁ ପଂଜାବ ଏକ ବଡ଼ ସ୍କୋର କରିପାରି ନଥିଲା। ପଂଜାବ ଟିମ୍ ଆରମ୍ଭରୁ ଯଦିଓ ଭଲ ବ୍ୟାଟିଂ କରୁଥିଲା, ପରବର୍ତ୍ତୀ ସମୟରେ ଏହି ଧାରା ଜାରି ରଖିବାରେ ବିଫଳ ହୋଇଥିଲା। ପ୍ରଥମ ଓ୍ଵିକେଟ୍ରେ ଲୋକେଶ ରାହୁଲ ଓ ମନ୍ଦୀପ ସିଂହ ଦଳର ସ୍କୋରକୁ ୩୭ ରନ୍ରେ ପହଂଚାଇଥିଲେ। ମନ୍ଦୀପ ସିଂହ (୧୭ ରନ୍) ହାଇଦ୍ରାବାଦ୍ ବୋଲର ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍ ହୋଇ ପାଭଲିଅନ୍ ଫେରିଯିବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ କ୍ରିସ୍ ଗେଲ୍। ଗେଲ୍ ୨୦ଟି ବଲର ସମ୍ମୁଖୀନ ହୋଇ ୨୦ ରନ୍ କରିଥିଲେ। ସେ ଜସନ୍ ହୋଲଡରଙ୍କ ଦ୍ୱାରା ଆଉଟ୍ ହୋଇ ପାଭଲିଅନ୍ ଫେରିଯାଇଥିଲେ। ସେହିପରି ଅଧିନାୟକ ଲୋକେଶ ରାହୁଲଙ୍କ ବ୍ୟାଟରୁ ମଧ୍ୟ ଅଧିକ ରନ୍ ମିଳି ନଥିଲା। ସେ ୨୭ଟି ବଲ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୭ ରନ୍ କରିଥିଲେ। ପଂଜାବ ୬୬ ରନ୍ରେ ଗେଲ ଓ ଲୋକେଶଙ୍କୁ ହରାଇଥିଲା।
ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ ଅପରାଜିତ ୩୨ ରନ୍ କରିବାକୁ ୨୮ଟି ବଲ ଖେଳିଥିଲେ। ଅଲରାଉଣ୍ଡର ମେକ୍ସେଓ୍ଵଲ୍ ୧୩ ରନ୍ କରିଥିଲେ। ହାଇଦ୍ରାବାଦ ପାଇଁ ସନ୍ଦୀପ ଶର୍ମା, ଜସନ୍ ହୋଲଡର ଓ ରସିଦ ଖାନ୍ଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/kxip-1.jpg)