ମୁମ୍ବାଇ: ‘ରେସ-୩’ର ଟ୍ରେଲର୍ ମୁକ୍ତିଲାଭ କରିଛି । ଏହାର ଅବଧି ରହିଛି ତିନି ମିନିଟ୍ ନଅ ସେକେଣ୍ଡ। ଏଥିରେ ଜବରଦସ୍ତ ଆକ୍ସନ ଦୃଶ୍ୟ ରହିଛି। ଚଳଚ୍ଚିତ୍ରରେ ଥିବା ସବୁ ଚରିତ୍ରମାନଙ୍କୁ ପରିଚୟ କରାଯାଇଛି। ସେମାନଙ୍କ ମୁହଁରେ ସବୁଠାରୁ ଖରାପ ସଂଳାପ ଦିଆଯାଇଛି।
ଏହି ଟ୍ରେଲରରେ ‘ରେସ୍-୩’ର ଦୁଇ ନାୟିକା ଜାକ୍ଲିନ୍ ଫର୍ଣ୍ଣାଡିଜ୍ ଓ ଡେଜି ଶାହା ଙ୍କ ମାଦକ ନୃତ୍ୟ ବି ଦେଖିବାକୁ ମିଳିଛି।
‘ରେସ-୩’ରେ ୫୨ ବର୍ଷୀୟ ସଲମାନ୍ ଖାନ୍ ସିକନ୍ଦର ଭୂମିକାରେ ଅଛନ୍ତି। ସେ ନିଜର ପରିବାର ପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ପ୍ରସ୍ତୁତ। ଏଥିରେ ସଲମାନ୍ ଖାନଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ ଆମକୁ ପରିଚିତ କରାଯାଉଛି। ଏହି ସଦସ୍ୟମାନେ ହେଲେ ଡେଜି ଶାହା, ବବି ଦେଓଲ୍, ଅନୀଲ କପୁର ଓ ସାକିବ ସଲିମ।
ଏହି ଟ୍ରେଲରରେ ଉଭୟ ସଲମାନ୍ ଖାନ୍ ଓ ବବି ଦେଓଲ୍ଙ୍କୁ ସାର୍ଟଲେସ୍ ଅବତାର ରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହା ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଯିବା ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଉଛି।
‘ରେସ୍’ର ନିର୍ଦ୍ଦେଶନା ଦେଇଥିଲେ ଅବ୍ବାସ -ମସ୍ତାନ୍। ଏହା ସୁପରହିଟ୍ ହୋଇଥିଲା। ତା’ପରେ ‘ରେସ୍-୨’ ବି ତିଆରି କରିଥିଲେ ନିର୍ଦ୍ଦେଶକ ଯୋଡ଼ି ଅବ୍ବାସ-ମସ୍ତାନ୍। କିନ୍ତୁ ‘ରେସ୍-୩’ ର ନିର୍ଦ୍ଦେଶନା ଦେଇଛନ୍ତି ନୃତ୍ୟ ନିର୍ଦ୍ଦେଶକରୁ ନିର୍ଦ୍ଦେଶକ ହୋଇଥିବା ରେମୋ ଡିସୁଜା। ଏହା ଜୁନ୍ ୧୫ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।