ମୁଁ ବି ମଣିଷ, ମୋର ବି ଭୁଲ ହୁଏ : ରାହୁଳ ଗାନ୍ଧି

ନୂଆଦିଲ୍ଲୀ : ଗୁଜୁରାଟରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ ଲଢେଇ ସେତିକି ରୋଚକ ହେଉଛି। ପ୍ରତିଦିନ ଉଭୟ ଶିବିରରୁ  ନୂଆ ନୂଆ ଉପାୟରେ ଆକ୍ରମଣ କରାଯାଉଛି । ନିଜର ଏକ ଟୁଇଟ୍‌ରେ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ ଯେ ଗୁଜୁରାଟରେ ଦରଦାମ ନିୟନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ମୋଦି ବିଶେଷ କିଛି ଉଦ୍ୟମ କରୁନାହାନ୍ତି । କିନ୍ତୁ ଏହା ଦର୍ଶାଇବାକୁ ସେ ଯେଉଁ ସଂଖ୍ୟାର ପ୍ରତିଶତ ଦର୍ଶାଇଥିଲେ ସେଥିରେ କେତେକ ସାଧାରଣ ଗାଣିତିକ ତ୍ରୁଟି ରହିଥିଲା । ଏହି କାରଣରୁ କେବଳ ବିଜେପି କର୍ମୀ ନୁହନ୍ତି, ଟ୍ଵିଟରରେ ମଧ୍ୟ ସେ ଅନେକ ଟାହି ଟାପରାର ସମ୍ମୁଖୀନ ହୋଇଥିଲେ । ଏହାକୁ ଦେଖି ଦିନକ ପରେ ଏହି ଟ୍ଵିଟକୁ ପ୍ରତ୍ୟାହାର କରିନିଆଯାଇଥିଲା । କେବଳ ଏତିକି ନୁହେଁ, ଆଜି ସେ ନେଇ ରାହୁଲ ଗାନ୍ଧି କହିଛନ୍ତି ଯେ  “ବିଜେପି ବନ୍ଧୁଗଣ, ସେ ମଧ୍ୟ ଜଣେ ମଣିଷ , ମୋଦିଙ୍କ ପରି (ମହାମାନବ) ନୁହେଁ । ଏଣୁ ସେ ମଧ୍ୟ ଭୁଲ କରନ୍ତି । କିନ୍ତୁ ଏହି ଭୁଲକୁ ଦେଖାଇ ଦେଇଥିବାରୁ ଧନ୍ୟବାଦ । ଏପରି ଛୋଟ ଛୋଟ ଭୁଲ ହିଁ ଆମ ଜୀବନକୁ ଅଧିକ ରୋଚକ କରିଥାଏ ।”

ତେବେ ଏହି ଭୁଲ ମାଗିବା ମଧ୍ୟରେ ବି ସେ ମୋଦିଙ୍କୁ ସମାଲୋଚନା କରିବାକୁ ପଛେଇ ନାହାନ୍ତି ।

ସମ୍ବନ୍ଧିତ ଖବର