ନୂଆଦିଲ୍ଲୀ: ମାର୍ଚ୍ଚ ୨୩ ତାରିଖ ଗୁରୁବାର ଦିନ ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ କରିଥିବା ଶୁଣାଣିକୁ ଶୁଣି ସମସ୍ତେ ଚକିତ ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ଏପ୍ରିଲରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ରାହୁଲ୍ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ଉପରେ ଆଗତ ମାନହାନି ମାମଲାର ଆଜି ଶୁଣାଣି କରି ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧିଙ୍କୁ ୨ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ତାଙ୍କୁ ୧୫ହଜାର ଟଙ୍କାର ଜରିମାନା ରାଶି ପୈଠ କରିବାକୁ ବି ଆଦେଶ ରହିଛି।
ଏହାଛଡ଼ା, ଏହି ନିଷ୍ପତ୍ତି ଉପରେ ଆବେଦନ କରିବା ଲାଗି ମଧ୍ୟ ରାହୁଲଙ୍କୁ ଅନୁମତି ମଧ୍ୟ ଦେଇଛନ୍ତି ଅଦାଲତ।
मेरा धर्म सत्य और अहिंसा पर आधारित है। सत्य मेरा भगवान है, अहिंसा उसे पाने का साधन।
– महात्मा गांधी
— Rahul Gandhi (@RahulGandhi) March 23, 2023
ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କୁ ୩୦ ଦିନ ପାଇଁ ଜାମିନ ମଧ୍ୟ ମିଳିଛି। ତେବେ ଜାମିନ ପାଇବା ପରେ ରାହୁଲ ମହାତ୍ମାଗାନ୍ଧିଙ୍କୁ ମନେ ପକାଇ ଏକ ଟୁଇଟ ବି କରିଛନ୍ତି। ଏହି ଟୁଇଟରେ ରାହୁଲ ଲେଖିଛନ୍ତି, ‘ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଅହିଂସା ତାହାକୁ ପାଇବା ପାଇଁ ସାଧନା।’