ବ୍ରେନ୍ ଷ୍ଟ୍ରୋକ ହେବା ପରେ ନିଜ ଆଗାମୀ ଫିଲ୍ମରେ ଷ୍ଟ୍ରୋକ ପୀଡ଼ିତଙ୍କ ଚରିତ୍ରରେ ନଜର ଆସିବେ ରାହୁଲ

ମୁମ୍ବାଇ: ସୁଟିଂ ସମୟରେ ବ୍ରେନ ଷ୍ଟ୍ରୋକ୍ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିନେତା ରାହୁଲ ରଏ ବର୍ତ୍ତମାନ ଏକ ଫିଲ୍ମରେ ଷ୍ଟ୍ରୋକ୍ ପୀଡିତଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନିତିନ କୁମାର ଗୁପ୍ତା। ଏକ ସାକ୍ଷାତକାରରେ ଷ୍ଟ୍ରୋକ୍ ଫିଲ୍ମର ନିର୍ଦ୍ଦେଶକ ନିତିନ କୁମାର ଗୁପ୍ତା କହିଛନ୍ତି ଯେ, ରାହୁଲଙ୍କୁ ତାଙ୍କ ଭଉଣୀଙ୍କୁ ବର୍ତ୍ତମାନ ଘରକୁ ନେଇଯାଇଛନ୍ତି ଏବଂ ବର୍ତ୍ତମାନ କିଛି ସମୟ ପାଇଁ ତାଙ୍କୁ ସ୍ପିଚ ଥେରାପି ଦିଆଯିବ। ଏହା ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ | ଫେବୃଆରିରୁ ମୁଁ ତାଙ୍କ ସହ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମ ଏକ ହତ୍ୟା ରହସ୍ୟ ଉପରେ ଆଧାରିତ ହେବ। କଳ୍ପନାକୁ ବାସ୍ତବତା ସହିତ ମିଶାଇ ଆମେ ଏହି ଫିଲ୍ମ ଯୋଜନା କରୁଛୁ।

ବ୍ରେନ ଷ୍ଟ୍ରୋକ୍ ହେବା ପରେ ରାହୁଲ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ ତାଙ୍କ ଭଉଣୀ ପିୟା ଗ୍ରେସ୍ ଏବଂ ଭାଇ ରୋହିତଙ୍କ ସହ ଦେଖିବାକୁ ମିଳିଥିଲା ​​| ଫଟୋ ସେୟାର କରି ସେ କ୍ୟାପସନରେ ଫ୍ୟାମିଲି ଲଭ୍ ଲେଖିଥିଲେ |

India TV News

ସୂଚନା ମୁତାବକ, କାରଗିଲରେ ସେ ନିଜର ଆଗାମୀ ଫିଲ୍ମ ‘ଏଲଏସି: ଲିଭ୍ ଦ ବ୍ୟାଟେଲ ଇନ କାରଗିଲ’ର ସୁଟିଂ କରୁଥିବା ବେଳେ ସେଠାକାର ପାଣିପାଗ ପାଇଁ ରାହୁଲ ରଏଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା। ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବ୍ରେନ ଷ୍ଟ୍ରୋକ ହେବାରୁ ପ୍ରଥମେ ତାଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ମୁମ୍ବାଇକୁ ପଠାଇଦିଆଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି |

ସମ୍ବନ୍ଧିତ ଖବର