ମୁମ୍ବାଇ: ବଲିଉଡର ପ୍ରଥମ ସୋ’ମ୍ୟାନ୍‌ ଥିଲେ ରାଜ କପୁର । ସେ ଏକାଧାରରେ ଜଣେ ଅଭିନେତା ,ଲେଖକ, ନିର୍ଦ୍ଦେଶକ ପ୍ରଯୋଜକ ଏବଂ ସଂପାଦକ। ସେ ସବୁ କ୍ଷେତ୍ରରେ ପାରଦର୍ଶତା ହାସଲ କରିଥିଲେ। ନିର୍ଦ୍ଦେଶକ ରାଜ କପୁର ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ସିନେମାରେ ନାୟିକାଙ୍କୁ ଧଳା ଶାଢ଼ିରେ ଦେଖିବାକୁ ପସନ୍ଦ କରନ୍ତି ବୋଲି କୁହାଯାଏ। ଏହି କାରଣରୁ ସେ କେତେବେଳେ ସ୍ନାନ ସିନରେ ତ ପୁଣି କେତେବେଳେ ନାୟିକାଙ୍କୁ ବିଧବା ସଜାଇ ଧଳା ଶାଢ଼ି ପିନ୍ଧାଇଥାନ୍ତି। ଏପରକି ରୋମାଣ୍ଟିକ୍‌ ସିନରେ ବି ନାୟିକାଙ୍କ ଶରୀରରେ ଧଳା ଶାଢ଼ି ଦେଖିବାକୁ ଚାହୁଁଥିଲେ ସେ। ରାଜ କପୁରଙ୍କ ନିର୍ଦ୍ଦେଶିତ ସିନେମା‘ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ’ ରେ ନାୟିକା ଜୀନତ ଅମାନ୍‌ ଏବଂ ରାମ୍‌ତେରୀ ଗଙ୍ଗା ମୈଲୀରେ ମନ୍ଦାକିନୀଙ୍କୁ ଅନେକ ଦୃଶ୍ୟରେ ଧଳା ଶାଢ଼ିରେ ଦେଖିବାକୁ ପାଇଥିଲେ ଦର୍ଶକ। ଅପର ପକ୍ଷରେ ‘ପ୍ରେମ ରୋଗ’ରେ ନାୟିକା ପଦ୍ମିନୀ କୋହ୍ଲାପୁରୀ କାହାଣୀ ଅନୁଯାୟୀ ବିଧବା ହେବାପରେ ଧଳା ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

Advertisment

publive-image photo-intoday.in

ତେବେ ଜାଣନ୍ତି କାହିଁକି ନିର୍ଦ୍ଦେଶକ ରାଜ କପୁର ତାଙ୍କ ନିର୍ଦ୍ଦେଶିତ ଅଧିକାଂଶ ସିନେମାରେ ନାୟିକାଙ୍କୁ ଧଳା ଶାଢ଼ିରେ ଦେଖିବାକୁ ପସନ୍ଦ କରନ୍ତି ?

ରାଜ କପୁରଙ୍କ ପତ୍ନୀ କ୍ରିଷ୍ଣା କପୁର ଅନେକ ସମୟରେ ଧଳା ଶାଢ଼ି ପିନ୍ଧିବାକୁ ଭଲ ପାଆନ୍ତି। ଖାଲି ସେତିକି ନୁହେଁ ,ସେ ଅନେକ ପାର୍ଟି ଫଙ୍କସନକୁ ବି ହ୍ଵାଇଟ୍‌ ଶାଢ଼ିରେ ଯାଉଥିଲେ। କ୍ରିଷ୍ଣା କପୁର ବି ଧଳା ଶାଢ଼ିରେ ଖୁବ୍‌ ଆକର୍ଷଣୀୟା ମନେ ହେଉଥିଲେ। ରାଜ ବି ଏହାକୁ ପସନ୍ଦ କରୁଥିଲେ। ଏଣୁ ସେ ତାଙ୍କର କାହାଣୀ ଚୟନ ବେଳେ ଏହି ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିଲେ।

publive-image

ତେବେ ରାଜ କପୁର ଅନେକ ସମୟରେ ନିଜ ଚଳଚ୍ଚିତ୍ରକୁ ନେଇ ବିବାଦୀୟ ହୋଇଥିଲେ। ତାଙ୍କ ଦୁଇଟି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ନାୟିକାର ସ୍ନାନ ଦୃଶ୍ୟ ଖୁବ୍‌ ବିବାଦୀୟ ହୋଇଥିଲା । ଏହି ଦୁଇ ଚଳଚ୍ଚିତ୍ର ଥିଲା ‘ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ ’(୧୯୭୫) ଓ ‘ରାମ୍‌ ତେରୀ ଗଙ୍ଗା ମୈଲୀ’(୧୯୮୫) । ପ୍ରଥମଟିରେ ନାୟିକା ଜୀନତ ଅମାନ୍‌ ନିଜର ଅଙ୍ଗସୌଷ୍ଠବ ପ୍ରଦର୍ଶନ କରି ଝରଣାର ତଳେ ସ୍ନାନ କରୁଥିବାର ଦୃଶ୍ୟ ସେତେବେଳେ ଖୁବ୍‌ ହଟଚମଟ ସୃଷ୍ଟି କରିଥିଲା । ସେହି ଜଳପ୍ରପାତ ନିକଟରେ ହିଁ ନାୟକ ଓ ନାୟିକାଙ୍କର ପ୍ରଥମ ସାକ୍ଷାତ ହୁଏ । ଏଭଳି ଦୃଶ୍ୟ ସଂପର୍କରେ ସେହି ସମୟରେ ସୋ’ମ୍ୟାନ୍‌ ରାଜ କପୁର ଯୁକ୍ତି ଦର୍ଶାଇ ସ୍ପଷ୍ଟୋକ୍ତି କରିଥିଲେ ବାସ୍ତବ ଜୀବନରେ ପାହାଡ଼ିଆ ଯୁବତୀମାନେ ଠିକ୍‌ ଏଭଳି ଝରଣର ଓ ଜଳପ୍ରପାତ ଜଳରେ ଗାଧୋଇଥାଆନ୍ତି । ଯେହେତୁ ତାଙ୍କ ନାୟିକା ମଧ୍ୟ ସେହିଭଳି ଯୁବତୀ ଥିଲା, ତେଣୁ ସେ ଝରଣା ତଳେ ସ୍ନାନ କରିବା ବାସ୍ତବତାକୁ ଦର୍ଶାଉଛି । ‘ ରାମ ତେରୀ ଗଙ୍ଗା ମୈଲୀ ’ର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ମନ୍ଦାକିନୀଙ୍କ ଏହି ବହୁଚର୍ଚ୍ଚିତ ସ୍ନାନ ଦୃଶ୍ୟ । ଖାଲି ସେତିକି ନୁହେଁ ଏଥିରେ ନାୟିକା ମନ୍ଦାକିନୀଙ୍କ ଶିଶୁକୁ ସ୍ତନପାନ କରାଉଥିବାର ଦୃଶ୍ୟ ବି କିଛି କମ୍‌ ଆଲୋଡନ ସୃଷ୍ଟି କରି ନଥିଲା।