ଜଗତସିଂହପୁରରେ ଚାଇନା ଜିନିଷ ବର୍ଜନ ଦାବି ଜୋର୍ ଧରିଲା, ଟିକଟକ୍ ଆପ ଅନ୍ ଇନଷ୍ଟଲ୍ କେଲେ ଯୁବପିଢ଼ି

ଜଗତସିଂହପୁର ଟାଉନ୍: ଗତକାଲି ସୀମାରେ ଚୀନର ବିଶ୍ୱାସଘାତକ ନୀତି ପରେ ଜଗତସିଂହପୁର ଜିଲ୍ଲାବାସୀ ତାତିଛନ୍ତି। ଏହାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଚାଇନା ଜିନିଷ ବର୍ଜନ ଦାବି ଜୋର୍ ଧରିଛି। ଏଥିସହ ଚାଇନା ଆପ୍ ଟିକଟକକୁ ଯୁବପିଢି ଅନ୍ ଇନ୍ ଷ୍ଟଲ୍ କରି ସାମାଜିକ ଗଣମାଧ୍ୟମରେ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି।

ଏ ନେଇ ଆଜି ଜଗତସିଂହପୁର ସହରରେ ଆଡଭୋକେଟ ବାସୁଦେବଙ୍କ ନେତୃତ୍ୱରେ ଚାଇନା ଜିନିଷ ବର୍ଜନ ଶୋଭାଯାତ୍ରା ଟାଉନ ହଲଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିଥିଲା। ଚୀନ କେଉଁ ଭଳି ଆମକୁ ଶୋଷଣ କରୁଛି, କରୋନା ଜୀବାଣୁକୁ ସମଗ୍ର ପୃଥିବୀରେ ପ୍ରସାର କରାଇ ପୃଥିବୀର ବାଣିଜ୍ୟକୁ କରାୟତ କରିବାକୁ ଉଦ୍ୟମ କରୁଛି, ସେ ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ।

ଏହି ଶୋଭାଯାତ୍ରାରେ ଆଡଭୋକେଟ ବାସୁଦେବଙ୍କ ସମେତ ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାରଣା , ହାଇକୋର୍ଟର ଆଇନଜୀବୀ ବିସ୍ମୟ ଷ୍ଟାଲିନ, ଜୀବନ ବୀମା ନିଗମର ଡିଭିଜନ ସଂପାଦକ ମନୋଜ ସ୍ୱାଇଁ, ସଂଗ୍ରାମୀ ସାଥି ରଶ୍ମି ରଞ୍ଜନ ପ୍ରମୁଖ ବକ୍ତବ୍ୟ ରଖି ଚୀନ ପ୍ରସ୍ତୁତ ନିମ୍ନମାନର ଜିନିଷକୁ କିଣା ବିକା ବନ୍ଦ କରିବା ସହ ସରକାର ଦେଶରେ ଅଧିକ ଉତ୍ପାଦନ କରିବା, କଳ, କାରଖାନା ବସାଇବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର