ମୁମ୍ବାଇ: ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁର ଓ ଜଣାଶୁଣା ନାୟିକା ଦୀପିକା ପାଦୁକୋନ୍‌ ଏକଦା ପ୍ରେମିକ-ପ୍ରେମିକା ଭାବେ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ଦୁହିଁଙ୍କର ପ୍ରେମ କାହାଣୀ ହଟ୍‌ ଟପିକ୍‌ ଥିଲା। ହେଲେ ପ୍ରାୟ ଦେଢ ବର୍ଷର ସଂପର୍କପରେ ଏ ଦୁହିଁଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।ହେଲେ ଏବେ ପୁଣି ଏଦୁହେଁ ପୁଣି ଯୋଡି ହେଉଛନ୍ତି। ହଁ ,ଏବେ ଏକ ବଡ଼ ଖବର ମିଳିଛି ଏ ଦୁଇ କଳାକାର ପୁଣି ଏକ ଫିଲ୍ମରେ ଏକାଠି ନଜର ଆସିବେ।

Advertisment

publive-image

ଲୋକପ୍ରିୟ ନିର୍ଦ୍ଦେଶକ ଲଭ ରଂଜନ ଏକ ସିନେମା ତିଆରି କରୁଛନ୍ତି । ତାଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ରଣବୀର କପୁର। ଏହି ସିନେମାରେ କିଏ ନାୟିକା ଭୂମିକା ନିଭାଇବେ ତା’କୁ ନେଇ ଜୋରସୋରରେ ଆକଳନ ଚାଲିଥିଲା। ପ୍ରଥମେ ଶୁଣିବାକୁ ମିଳିଥିଲା କି ଲବ ରଂଜନଙ୍କ ଏହି ଅନ୍‌ଟାଇଟଲଡ ଫିଲ୍ମରେ ରଣବୀର କପୁରଙ୍କ ସହ ତାଙ୍କର ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟ ଅଭିନୟ କରିିବେ।

publive-image

କିନ୍ତୁ ଏବେ ଜଣାପଡ଼ିଛି ଦୀପିକା ଏହି ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇସାରିଛନ୍ତି। ଏହି ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ। ଏଥିରେ ରଣବୀର କପୁର ଓ ଦୀପିକା ପାଦୁକୋନ୍‌ଙ୍କ ବ୍ୟତୀତ ଅଜୟ ଦେବଗନ୍‌ଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।