ମୁମ୍ବାଇ: ବଲିଉଡ଼୍‍ ଷ୍ଟାର୍‌ ରଣବୀର ସିଂହଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖରାପ ଖବର। ତାହା ହେଲା କି ରଣବୀର ସଂହ ଇଣ୍ଡିଆନ୍‌ ପ୍ରିମିଅର୍‌ ଲିଗ୍‌ (ଆଇପିଏଲ୍‌ )ର ଉଦ୍‌ଘାଟନୀ ଉତ୍ସବରେ ପରଫରମ୍‌ କରିବେ ନାହିଁ। ସେ ନୃତ୍ୟ କରିବାକୁ ସକ୍ଷମ ନ ଥିବା ହେତୁ ଏଭଳି ଘଟିବାକୁ ଯାଉଛି।

Advertisment

ରଣବୀର ଏକ ଫୁଟବଲ ମ୍ୟାଚ୍‌ରେ ଖେଳୁଥିବା ସମୟରେ ତାଙ୍କର କାନ୍ଧରେ ଆଘାତ ଲାଗିଥିଲା। ଏଥିଲାଗି ଡ଼ାକ୍ତରମାନେ ତାଙ୍କୁ ବିଶ୍ରାମ ନେବା ଲାଗି ଓ କୌଣସି ପ୍ରକାରର ନୃତ୍ୟ  ନ କରିବାକୁ  ପରାମର୍ଶ ଦେଇଛନ୍ତି। ଡ଼ାକ୍ତରଙ୍କ ପରାମର୍ଶ ମାନି ରଣବୀର ସିଂହ ଆଇପିଏଲ୍‌ରେ ନିଜର ଡ଼୍ୟାନ୍‌ସ ପରଫରମାନ୍‌ସକୁ ବାତିଲ କରି ଦେଇଛନ୍ତି।  ଏପ୍ରିଲ ୭ ତାରିଖରେ ସେ ଆଇପିଏଲ୍‌ର ଓପନିଂ ସେରିମନିରେ ପରଫର୍‌ମ କରିଥାନ୍ତେ।ରଣବୀର ସିଂ ଏହି ପରଫରମାନ୍‌ସ ବାବଦରେ ୫ କୋଟି ଟଙ୍କା ନେଇଥାନ୍ତେ।ଏକଥାକୁ ରଣବୀର ସିଂହଙ୍କ ପ୍ରବକ୍ତା ସ୍ୱୀକାର କରିଛନ୍ତି।

publive-image photo-easterneye.eu

ତେବେ ରଣବୀର ସିଂହ ତାଙ୍କର ଆଗାମୀ ଫିଲ୍ମ ‘ଗୁଲ୍ଲିବୟ’ର ସୁଟିଂ ଜାରି ରଖିବେ। କାରଣ ଯଦି ଜୋୟା ଅଖତରଙ୍କ ଏହି ଫିଲ୍ମର ସୁଟିଂ ପୂର୍ବ ନିର୍ଦ୍ଧାରିତ ସିଡ୍ୟୁଲ୍‌ ଅନୁଯାୟୀ ନ ସରେ,ତେବେ ସେ ତାଙ୍କର ପରବର୍ତ୍ତୀ ସିନେମା ରୋହିତ ସେଟ୍ଟିଙ୍କ ‘ସିମ୍ବା’ପାଇଁ ସମୟ ଦେଇ ପାରିବେ ନାହିଁ।  ଏବେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ରଣବୀର ସିଂହ ଆଇପିଏଲ୍‌ ଉଦ୍‌ଘାଟନୀ ଉତ୍ସବରୁ ଓହରିଯିବା ପରେ ତାଙ୍କ ସ୍ଥାନରେ ସୁପରଷ୍ଟାର୍‌ ରିତିକ୍‌ ରୋଶନ୍‌ ପରଫରମ୍‌ କରିବେ।