ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନ୍ ଏବେ ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିବେ। ଭାବନ୍ତୁ ନାହିଁ ଯେ ସେ ଏହା କୌଣସି ସ୍ୱେଚ୍ଛାସେବୀ ସଂଗଠନ ପାଇଁ କରିବେ। ପ୍ରକୃତ କଥା ହେଲା ଯେ ରବିନା ଟଣ୍ଡନ୍ କୋଲକାତାର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୌନ ନିର୍ଯାତନା ପ୍ରସଙ୍ଗ ଆଧାରିତ ନିର୍ମାଣାଧୀନ ଏକ ଡକ୍ୟୁମେଣ୍ଟାରି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ତାଙ୍କୁ ପୂର୍ବରୁ ‘ଦମନ୍’ ଏବଂ ‘ମାତୃ’ ଭଳି ସିନେମାରେ ଦମଦାର ରୋଲରେ ଦେଖିବାପରେ ରବିନା ଟଣ୍ଡନ୍ଙ୍କ ପାଖକୁ ଏହି ଅଫର୍ ଆସିଥିଲା।
/sambad/media/post_attachments/wp-content/uploads/2017/12/Raveena-tandon.cloudfront.net_-300x194.jpg)
ରବିନା‘ମାତୃ’ ସିନେମାରେ ଜଣେ ଝିଅର ମାଆ ଭୂମିକାରେ ନଜର ଆସିଥିଲେ ଯାହାଙ୍କର ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେ କିପରି ନିଜ ଝିଅ ପାଇଁ ନ୍ୟାୟ ପାଇଛନ୍ତି ଏବଂ ଦୁଷ୍କର୍ମକାରୀମାନଙ୍କୁ ଦଣ୍ଡିତ କରାଇବାରେ ସଫଳ ହୋଇଥିଲେ ,ତାହା ଏଥିରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ରବିନା ଟଣ୍ଡନ୍ ଏଭଳି ପସ୍ତାବ ପାଇ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ଯେ ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିବାପାଇର୍ ସାହସ ଦରକାର। ଆଉ ସେ ଏହି ସାହସ ସଞ୍ଚାର କରାଇବା ଲକ୍ଷ୍ୟ ନେଇ ଉକ୍ତ ଡକ୍ୟୁମେଣ୍ଟାରି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ରବିନା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଅତୀତରେ ରବିନା ବହୁ ସୁପରହିଟ୍ ସିନେମାରେ ନାୟିକା ବନିଛନ୍ତି ଏବଂ କେତେକ ସମାଜସେବା କାର୍ଯ୍ୟରେ ମଧ୍ୟ ମନୋନିବେଶ କରିଛନ୍ତି।