ଜୟପୁର ସହରର ଇତିହାସ ବେଶ୍ ପ୍ରାଚୀନ । ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ହେବାପରେ ଯେଉଁ ଛଅଟି ଜିଲ୍ଲା ଥିଲା, ସେଥିମଧ୍ୟରୁ ଗୋଟିଏ ହେଲା କୋରାପୁଟ । ସେହି ସମୟରେ କୋରାପୁଟର ରାଜା ଥିଲେ ବିକ୍ରମ ଦେବ, ଯିଏକି ଅତ୍ୟନ୍ତ କଳାପ୍ରେମୀ ଥିଲେ । ସେ ଜୟପୁର ଓ ବିଶାଖାପଟ୍ଟନମ୍ ଠାରେ କେତେକ ଶିକ୍ଷାନୁଷ୍ଠାନର ସ୍ଥାପନ କରିଥିଲେ । ଜୟପୁର ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସହର । ଏଠାକାର ପ୍ରମୁଖ ଧାର୍ମିକ ଦର୍ଶନୀୟ ସ୍ଥାନଗୁଡିକ ହେଲା-
ଶବର ଶୀକ୍ଷେତ୍ର: ଜୟପୁରଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଅବସ୍ଥିତ ସମୁଦ୍ର ପତନ ଠାରୁ ପ୍ରାୟ ୨୯୦୦ ଫୁଟ୍ ଉଚ୍ଚରେ ସ୍ଥିତ ଶବର ଶ୍ରୀକ୍ଷେତ୍ର ହେଉଛି ପାହାଡ ଉପରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର । ଏହି ମନ୍ଦିରର ପାର୍ଶ୍ୱରେ ଏକ ଜନଜାତି ସଂଗ୍ରହାଳୟ ମଧ୍ୟ ରହିଛି , ଯେଉର୍ଠାରେ ପର୍ଯ୍ୟଟକ ମାନଙ୍କୁ ଏଠାକାର ଚାଲିଚଳଣି ସଂପର୍କରେ ସୂଚନା ମିଳିଥାଏ ।
ଗୁପ୍ତେଶ୍ୱର ଗୁମ୍ଫା: ଏହି ଗୁମ୍ଫା ଭଗବାନ ଶିବଙ୍କର ଏକ ପ୍ରମୁଖ ଶୈବ ପୀଠ ଭାବେ ଖ୍ୟାତି ଅର୍ଜନ କରିଛି । ଏହା ଚୂନା ପଥରର ଗୁମ୍ଫା ଅଟେ । ଏହି ଗୁପ୍ତେଶ୍ୱର ଗୁମ୍ଫାର ଉଲ୍ଲେଖ ରାମାୟଣରେ ମଧ୍ୟ କରାଯାଇଛି ।
ହୁଡୁମା (ମାଛକୁଣ୍ଡ): ଏହାକୁ‘ ମତ୍ସତୀର୍ଥ’ ବୋଲି କୁହାଯାଏ । ଏହା ଏକ ଧାର୍ମିକସ୍ଥଳୀ ।