କଂଗ୍ରେସକୁ ରିଲାଏନ୍ସର ଚେତାବନୀ, ରାଫେଲ ନେଇ ଭାବିଚିନ୍ତି କଥାବାର୍ତ୍ତା କର

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ସଂକ୍ରାନ୍ତରେ କଂଗ୍ରେସ ନେତାମାନେ ଭାବିଚିନ୍ତି ବୟାନ ଦେବାକୁ ରିଲାଏନ୍‌୍‌ସ ଚେତାବନୀ ଦେଇଛି। ପ୍ରତିଷ୍ଠିତ ଶିଳ୍ପପତି ଅନୀଲ ଅମ୍ବାନି ପକ୍ଷରୁ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର, ରିଲାଏନ୍ସ ଡିଫେନ୍ସ ଏବଂ ରିଲାଏନ୍ସ ଏରୋଷ୍ଟ୍ରକ୍‌ଚର ଦ୍ୱାରା ଆଜି କଂଗ୍ରେସକୁ ଆଇନଗତ ନୋଟିସ୍‌ ଜାରି କରାଯାଇଛି। କଂଗ୍ରେସ ମୁଖପାତ୍ର ଜୈଭିର ଶେରଗିଲ୍‌ଙ୍କୁ ପଠାଯାଇଥିବା ଏହି ନୋଟିସ୍‌ରେ ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ରାଜନେତାମାନଙ୍କ ମତବ୍ୟକ୍ତ କରିବାର ଅଧିକାର ମାନେ ନୁହେଁ ଯେ ସେମାନେ ସେମାନଙ୍କ ଉଦ୍ଦେଶ୍ୟ ସାଧନ ପାଇଁ ନିଜ ଇଚ୍ଛା ମୁତାବକ ମିଛ ବୟାନ ଦେବେ। ମିଥ୍ୟା ତଥ୍ୟ ଓ ବିଭ୍ରାନ୍ତିକୁ ରିଲାଏନ୍‌୍‌ସ ବରଦାସ୍ତ କରିବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର