ସାହାରା ଇଣ୍ଡିଆର ମାଲିକ ସୁବ୍ରତ ରାୟଙ୍କୁ ସେବିର ଚେତାବନୀ; ୬୨,୬୦୦ କୋଟି ଫେରାଅ, ନଚେତ୍ ପୁଣି ଜେଲ ଚାଲ

ନୂଆଦିଲ୍ଲୀ:  ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଇବା ମାମଲାରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ ବା ସେବି ସାହରା ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି । ଏହି ଯାଚିକାରେ ସେବି ଉଲ୍ଲେଖ କରିଛି କି ସାହାରା ଗ୍ରୁପର ଅଧ୍ୟକ୍ଷ ସୁବ୍ରତ ରାୟ ଓ ତାଙ୍କର ଦୁଇ ସହଯୋଗୀ କମ୍ପାନୀ ୬୨ ହଜାର ୬ଶହ କୋଟି ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ଏହି ଟଙ୍କା ଜମାକାରୀଙ୍କର ବକେୟା ରାଶି ବୋଲି ସେବି ଦର୍ଶାଇଛି।

ସେବି ଆହୁରି କହିଛି କି ଯଦି ଏହି ଟଙ୍କା ସାହାରା ତରଫରୁ ସେବି ନିକଟରେ ଜମା କରା ନଯାଏ ତେବେ ସୁବ୍ରତ ରାୟଙ୍କୁ ଆଉ ପରୋଲ ମିଳିବ ନାହିଁ । ତାଙ୍କୁ ତୁରନ୍ତ ପୁଣି ଜେଲକୁ ଫେରାଇ ଅଣାଯିବ । କହିରଖୁ କି ସାହାରା ତାଙ୍କ ଜମାକାରୀମାନଙ୍କୁ ୧୫ ପ୍ରତିଶତ ସୁଧ ସହ ଜମାଟଙ୍କା ଫେରାଇବାକୁ କୋର୍ଟ ୨୦୧୨ ଓ ୨୦୧୫ରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ସହାରା ଏବେ ବି ବିଫଳ ରହିଛି ।

ସାହାରା ମୁଖ୍ୟ ସୁବ୍ରତ ରାୟ ମାର୍ଚ୍ଚ ୨୦୧୪ରେ ଅଦାଲତ ଅବମାନନା ସହିତ ଜଡିତ ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ ସହଯୋଗ କରି ନଥିବା ଅଭିଯୋଗରେ ତାଙ୍କୁ ଗିରଫ୍ କରାଯାଇଥିଲା । ହେଲେ ୨୦୧୬ ମସିହାରୁ ସେ ଏ ପର୍ଯ୍ୟନ୍ତ ଜାମିନରେ ରହିଛନ୍ତି । ସେବି କହିଛି ଯେ ସାହାରା ଜମାକାରୀଙ୍କ ଟଙ୍କା ନ ଫେରାଇବା ସହ ୮ ବର୍ଷ ଧରି ସେବିକୁ ସହଯୋଗ ନକରିବା ଫଳରେ ସେବି ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛି । ସେ ତୁରନ୍ତ ଏହି ଟଙ୍କା ଯଦି ସେବି ନିକଟରେ ଜମା ନ କରନ୍ତି ତେବେ ତାଙ୍କୁ ଆଇନ ଅବମାନନା ମାମଲାରେ ଗିରଫ୍ କରିବାର ଆବଶ୍ୟକ ଅଛି ।

ସମ୍ବନ୍ଧିତ ଖବର