ମୁମ୍ବାଇ: ହଙ୍ଗାମା, ବାଗ୍ବାନ୍ ,ଦିଓ୍ଵାନେ ହୁଏ ପାଗଲ୍,ଧୂମ୍,ଗୋଲ୍ମାଲ୍ ଅନ୍ ଲିମିଟେଡ଼୍ ଓ ଫିର୍ ହେରାଫେରି ଭଳି ବେଶ୍ କେତୋଟି ହିନ୍ଦୀ ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ରିମି ସେନ୍। ସେ ପ୍ରିୟଦର୍ଶନ,ରୋହିତ ସେଟ୍ଟି, ରବି ଚୋପ୍ରା ଓ ସଂଜୟ ଗାଢ଼୍ଭିଙ୍କ ଭଳି କେତେକ ନାମୀ ନିର୍ଦ୍ଦେଶକଙ୍କ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ।
ରିମି ସେନ୍ଙ୍କୁ ବିଗତ କିଛି ବର୍ଷ ହେବ,ଆଉ କୌଣସି ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ମିଳୁ ନାହିଁ। ଜଣାପଡ଼ୁଛି ସତେ ଯେମିତି ସେ ଅଭିନୟ ଛାଡ଼ି ଦେଇଛନ୍ତି।
ହଁ ଏକଥା ବି ସତ ବୋଲି ଜଣାଯାଇଛି। ନିକଟରେ ମୁମ୍ବାଇଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିମି ସେନ୍ କହିଛନ୍ତି ଯେ,ସେ ଆଉ ଅଭିନୟ କରିବେ ନାହିଁ। ସେ ଅଭିନୟ କରିବା ଛାଡ଼ି ଦେଇଛନ୍ତି। ଏହାର କାରଣ ସଂପର୍କରେ ରିମି କହିଛନ୍ତି ଯେ,ସେ ଲଗାତାର କମେଡ଼ି ଫିଲ୍ମରେ କାମ କରି ଥକି ପଡ଼ିଲେ। ତାଙ୍କ ପାଖକୁ ଏକାଭଳିଆ ରୋଲ୍ର ଅଫର୍ ଆସିଲା। ଏଣୁ ସେ ଆକ୍ଟିଂକୁ ଏନ୍ଜୟ କରିପାରିଲେ ନାହିଁ । ଫଳତଃ ଅଭିନୟରୁ ଦୂରେଇ ଯିବା ଠିକ୍ ବୋଲି ମନେ କରିଲେ।
/sambad/media/post_attachments/wp-content/uploads/2018/04/Rimi-Sen-300x241.jpg)
ରିମି କିନ୍ତୁ ଖାଲି ବସି ନାହାନ୍ତି। ସେ ଏବେ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ମନୋନିବେଶ କରିଛନ୍ତି । ରିମି ‘ବୁଦ୍ଧିଆ ସିଂହ ବର୍ଣ୍ଣ ଟୁ ରନ୍’ ଟାଇଟଲ୍ରେ ଏକ ଫିଲ୍ମର ପ୍ରଯୋଜନା କରିଥିଲେ। ଏହାକୁ ୨୦୧୫ରେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା। ଏବେ ରିମି ସେନ୍ ଏକ ଫୁଲ୍ କମର୍ସିଆଲ୍ ଫିଲ୍ମର ଯୋଜନା କରୁଛନ୍ତି। ଏହା ଖୁବ୍ ଶୀଘ୍ର ଫ୍ଲୋରକୁ ଯିବ। ରିମି ସେନ୍ ଗତବର୍ଷ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।