ଭୁବନେଶ୍ୱର: ଓଲିଉଡରଲୋକପ୍ରି୍ର ୟ ନାୟିକା ରୀୟା ଦେଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଏକ ନୂଆ ଓଡ଼ିଆ ଛବିରେ ଦେଖିବାକୁ ପାଇବେ। ଏହି ସିନେମାଟି ହେଲା ‘ଯୋଉଠି ଥିଲେ ବି ତୁ ମୋର’ । ଏହି ଫିଲ୍ମର କାହାଣୀରେ ରହିଛି ତିନିଟି ମୁଖ୍ୟ ଚରିତ୍ର । ଏହି ଚରିତ୍ରରେ ଅଛନ୍ତି ଯଥାକ୍ରମେ ସମ୍ବିତ୍ , ରୀୟା ଓ ଆର୍ଯ୍ୟନ୍ ଦାଶ କୁମାର । ଏ ତିନିଜଣଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି । ଏଥିରେ ରୀୟାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପାୟଲ୍ । ଅପରପକ୍ଷରେ ସମ୍ବିତଙ୍କୁ ଏହି ସିନେମାରେ ସାଗର ଚରିତ୍ରରେ ଦେଖିବାକୁ ମିଳିବ । ଠିକ୍ ସେହିପରି ଆର୍ଯ୍ୟନଙ୍କ ଚରିତ୍ରର ନାଆଁ ରହିଛି ଆକାଶ ।
‘ଯୋଉଠି ଥିଲେ ବି ତୁ ମୋର’ରେ ନିଜ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ରୀୟା । ସିନେମାର ପ୍ରେମ ତ୍ରିକୋଣରେ ଜବରଦସ୍ତ ସସପେନ୍ସ ରହିଛ । ତେବେ ସିନେମାର ଶେଷରେ ପାୟଲ୍ କାହାର ହେଉଛନ୍ତି ସାଗରଙ୍କର ନା ଆକାଶଙ୍କର ତାହା ଜାଣିବାକୁ ମିଳିବ। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ ଯୋଉଠି ଥିଲେ ବି ତୁ ମୋର’ଖୁବ୍ ଶୀଘ୍ର ପରଦାକୁ ଆସିବ। ‘ଯୋଉଠି ଥିଲେ ବି ତୁ ମୋର’ରେ ନିଜ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ରୀୟା ।