ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ ୧୬ ନମ୍ବର ଜାତୀୟ ରାଜପଥ ସୋଲପୋଖରି ଠାରେ ସଡ଼କ ଦୁର୍ଘଟଣା: ଜଣେ ମୃତ

ଖଲ୍ଲିକୋଟ: ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ୧୬ ନମ୍ବର ଜାତୀୟ ରାଜପଥ ସୋଲପୋଖରି ଠାରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ଟ୍ରକ ପଛକୁ ପିକପ୍ ଭ୍ୟାନ ଧକ୍କା ଦେଇଛି। ଏହି ଦୁଘର୍ଟଣାରେ ପିକପ୍ ଭ୍ୟାନ ଚାଳକଙ୍କର ଘଯଣାସ୍ଥଳରେ ମୃତ୍ୟୁ ଘଟିଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପିକପ୍ ଭ୍ୟାନଟି ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ନାଭଲ ଫାଣ୍ଡି ଅଧିକାରୀ ଓ ବାଲୁଗାଁ ଅଗ୍ନିଶମ ବିଭାଗ ପହଞ୍ଚି କଟର ମାଧ୍ୟମରେ କାଟି ମୃତ ଡ୍ରାଇଭର କୁ ଉଦ୍ଧାର କରିଛନ୍ତିି। ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧିତ ଖବର