ଧାମନଗର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗରଠାରେ ଆଜି ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । 

ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳୁ ଦକ୍ଷିଣବାଡ଼ ନିକଟରେ ଏକ ହାଇଓ୍ବା ଚକା ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ଘର ସୋହଡା ପଂଚାୟତ କଣ୍ଟାପାରି ଗ୍ରାମର ରବୀନ୍ଦ୍ର ପରମାଣିକ (୪୫) । ରବୀନ୍ଦ୍ରଙ୍କର ଷେଣ୍ଢପୁର ବଜାରରେ ଏକ ପରିବା ଦୋକାନ ଅଛି । ଆଜି ପ୍ରତ୍ୟୁଷରୁ ଧାମନଗର ବଜାରରୁ ପରିବା କିଣି ଷେଣ୍ଢପୁର ଅଭିମୁଖେ ଯାଉଥିବା ବେଳେ ଧାମନଗର ଏନଏସି ଅଧୀନସ୍ଥ ଦକ୍ଷିଣବାଡ଼ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ଚକା ତଳେ ଚାପି ହୋଇ ରବୀନ୍ଦ୍ର ମୃତ୍ୟୁବରଣ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଧାମନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ଥିବାର ମିଳିଛି ।

ସମ୍ବନ୍ଧିତ ଖବର