କେଉଁ ନାୟକଙ୍କ ସହ ରୋମାନସ୍‌ କରିବାକୁ ଭଲ ଲାଗେ ଏହି ନାୟିକାଙ୍କୁ ?

ବଲିଉଡରେ ସେ ବେଶ୍‌ ସକ୍ରିୟ ଅଛନ୍ତି,ସତ କିନ୍ତୁ ଏଯାବତ୍‌ ତାଙ୍କୁ ସେଭଳି ସଫଳତା ମିଳି ନାହିଁ। ଏହି ନାୟିକାଜଣକ ହେଲେ ପ୍ରାଚୀ ଦେଶାଇ। ଛୋଟ ପରଦାରୁ କ୍ୟାରିଅର୍‌ ଆରମ୍ଭ କରିଥିବା ପ୍ରାଚୀ ଦେଶାଇ ବଡ ପରଦାରେ ନାୟିକା ହୋଇଛନ୍ତି । ତାଙ୍କୁ ଇତିମଧ୍ୟରେ ‘ ଓ୍ଵାନସ୍‌ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ବୋଲ୍‌ ବଚ୍ଚନ, ରକ୍‌ ଅନ୍‌, ଆଇ ମି ଔର ମେଁ ଭଳି ଲୋକପ୍ରିୟ ସିନେମାରେ ହିରୋଇନ୍‌ ଭାବେ ଦେଖିଛନ୍ତି ସିନେପ୍ରେମୀ । ପ୍ରାଚୀ ଦେଶାଇ ସ୍କୁଲରେ ପଢୁଥିବା ବେଳେ ଶାହିଦ୍‌ କପୁରଙ୍କ ଦିଓ୍ଵାନା ହୋଇଯାଇଥିଲେ, ହେଲେ ଟେଲି ଆକ୍ଟ୍ରେସ୍ ହେବା ପରେ ତାଙ୍କର ପ୍ରିୟ ନାୟକ ବନିଯାଇଥିଲେ ରିତିକ୍‌ ରୋଶନ୍‌ । ।ରିତିକଙ୍କ ସହିତ ହିରୋଇନ୍‌ ହେବା ତାଙ୍କର ଏକ ସ୍ୱପ୍ନ ବୋଲି କହନ୍ତି ପ୍ରାଚୀ ଦେଶାଇ । ଦେଖାଯାଉ ତାଙ୍କର ଏହି ସ୍ୱପ୍ନ କେବେ ପୂରଣ ହେଉଛି ।

photo-theindianexpress.com

ଆପଣ ଜାଣନ୍ତି କି ସେ ଅଧିକାଂଶ ଫିଲ୍ମରେ ତାଙ୍କଠୁଁ ସିନିଅର ଆକ୍ଟରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି । ମିଲନ୍‌ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ଓ୍ଵାନସ ଅପ୍‌ ଅନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ରେ ପ୍ରାଚୀ ବନିଥିଲେ ଇମ୍ରାନ୍‌ ହାସମୀଙ୍କ ନାୟିକା । ଠିକ୍‌ ସେହିପରି ଅଶ୍ୱିନୀ ଧୀରଙ୍କ ‘ ବୋଲ ବଚ୍ଚନ’ରେ ଅଭିଷେକ ବଚ୍ଚନ ଓ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘ରକ୍‌ ଅନ୍‌’ରେ ଫରହାନ୍‌ ଅଖତରଙ୍କ ସହ କାମ କରିଥଲେ ଏହି ବଲିଉଡ୍‌ ନାୟିକା । ଏ ସଂପର୍କରେ ତାଙ୍କୁ ପଚାରିଲେ ପ୍ରାଚୀ କହିଛନ୍ତି ଯେ ତାଙ୍କୁ ବଡ଼ କଳାକାରଙ୍କ ସହ ରୋମାନ୍ସ କରିବାକୁ ଭଲ ଲାଗେ, କାରଣ ଏମାନଙ୍କ ପ୍ରେମ ଖୁବ୍‌ ମଜାଦାର ଅନୁଭୂତି ଆଣିଥାଏ ପରଦାରେ ।

ସମ୍ବନ୍ଧିତ ଖବର