ଝାରସୁଗୁଡ଼ା: ଜି ଟିଭି ଦ୍ବାରା ପ୍ରସାରିତ ରିଅଲିଟି ସୋ ‘ଡ୍ୟାନ୍‌ସ ଇଣ୍ଡିଆ ଡ୍ୟାନ୍‌ସ’ର ‘ଲିଟିଲ ମାଷ୍ଟର’ ପ୍ରତିଯୋଗିତାରେ ଝାରସୁଗୁଡ଼ାର ରୋସନ ସାହୁ (୧୦ ବର୍ଷ) ୨୮ ନମ୍ବର ରଖି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରେଲୱେ କଲୋନି ସରକାରୀ ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀରେ ପଢୁଥିବା ରୋସନ ମାଳିପଡ଼ାରେ ମା’ ସାବିତ୍ରୀ ଦେବୀଙ୍କ ସହିତ ରୁହନ୍ତି।

Advertisment

ସାବିତ୍ରୀ ଦେବୀ ସହରରେ ଚୁଡ଼ି ବିକ୍ରି କରି ଘର ଚଳାଇଥା’ନ୍ତି। ସ୍ବଳ୍ପ ଆୟରେ ୩ଟି ପୁଅଙ୍କ ଲାଳନ ପାଳନ ସହିତ ସାନ ପୁଅ ରୋସନର ନୃତ୍ୟ ପ୍ରତି ଥିବା ପ୍ରଗାଢ଼ ଇଚ୍ଛାକୁ ପୂରଣ କରିବା ପାଇଁ ସାବିତ୍ରୀ ଅନେକ ପରିଶ୍ରମ କରିଥିବା କହିଛନ୍ତି। ରୋସନ ଡ୍ୟାନ୍‌ସ ଇଣ୍ଡିଆ ଡ୍ୟାନ୍‌ସରେ ହଜାର ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ହିପ୍‌ହପ୍‌ ଡ୍ୟାନ୍‌ସରେ ୨୮ ନମ୍ବର ରଖିଛନ୍ତି। ତାଙ୍କୁ ଏହି ସଫଳତା ନୃତ୍ୟ ଶିକ୍ଷକ ସାହିଦ ସେଖ୍‌ ଓ ମା’ଙ୍କ ପରିଶ୍ରମ ଯୋଗୁଁ ମିଳିଛି ବୋଲି ରୋସନ କହିଛନ୍ତି।