ବେଙ୍ଗାଲୁରୁ: ଗତ କିଛି ସପ୍ତାହ ମଧ୍ୟରେ ୨୦୦କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ କରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ କିଛି ବର୍ଷ ମଧ୍ୟରେ ୧,୦୦୦କୋଟି ଟଙ୍କାର ସେବା ଦର୍ଶାଇ ଚୀନ ସମେତ ବହୁ ବହୁରାଷ୍ଟ୍ରୀୟ କମ୍ପାନି ନାମରେ ନକଲି ଇନଭଏସ ପ୍ରସ୍ତୁତ କରିଥିଲେ।

Advertisment

ନିକଟ ଅତୀତରେ ସହରରେ ହୋଇଥିବା  ଜିଏସଟି ଠକେଇ ମଧ୍ୟରୁ ଏହା ସବୁଠାରୁ ବଡ଼ ଘଟଣା ବୋଲି କୁହାଯାଉଛି। ଖବର ପାଇବା ପରେ ଜିଏସ୍ଟି ଇଣ୍ଟେଲିଜେନ୍ସର ଜେନେରାଲ୍ ଡାଇରେକ୍ଟୋରେଟର ଜେନେରାଲ୍ ୟୁନିଟ୍ ମୁମ୍ବାଇରେ ଅବସ୍ଥିତ ନକଲି ଚାଇନିଜ୍ କମ୍ପାନି ସମେତ ଅନେକ ସ୍ଥାନରେ ଚଢ଼ାଉ କରି ନକଲି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ସହ ଜଡିତ ଦଲିଲ ଜବତ କରିଛି। ବର୍ତ୍ତମାନ ସମୁଦାୟ ଟିକସ ଠକେଇର ଗଣନା ଚାଲିଛି।

publive-image Latest News Headlines

ସୂତ୍ରରୁ ପ୍ରକାଶ ଯେ, ଦିଲ୍ଲୀର କମଲେଶ ମିଶ୍ର ଜାଲ କମ୍ପାନି ଗଢ଼ି ତା’ନାମରେ ୫୦୦କୋଟି ଟଙ୍କା ମୂଲ୍ୟର ନକଲି ଇନଭଏସ୍ ତିଆରି କରିଥିଲେ। ମିଶ୍ର ସମଗ୍ର ଦେଶରେ ଗରିବ ବ୍ୟକ୍ତିଙ୍କ ନାମରେ ୨୩ଟି କମ୍ପାନି ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁର କିଛି ଲୋକଥିଲେ, ଯେଉଁମାନଙ୍କର ପ୍ୟାନ୍ ଏବଂ ଆଧାର କାର୍ଡ ଥିଲା। ସେମାନଙ୍କ ନାମରେ କମ୍ପାନି ଆରମ୍ଭ କରିବା ପାଇଁ ସେମାନଙ୍କ ଡକ୍ୟୁମେଣ୍ଟ ବ୍ୟବହାର କରିବାକୁ ସେ ସେମାନଙ୍କୁ ଯଥୋଚିତ ଭାବରେ ଟଙ୍କା ପ୍ରଦାନ କରିଥିଲେ ଏବଂ ୮୦କୋଟି ଟଙ୍କା ମୂଲ୍ୟର ଜିଏସ୍ଟି ପାଇଁ ନକଲି ଇନଭଏସ୍ ତିଆରି କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ତେବେ ମିଶ୍ରଙ୍କ ସମେତ ଅନ୍ୟ ୩ ଜଣ ମଧ୍ୟ ଏହିଭଳି ଭାବରେ ଜିଏସଟି ଠକେଇ କରିଥିଲେ। ଏ ନେଇ ଖବର ମିଳିବା ପରେ ତଦନ୍ତ କରି ପୁଲିସ ୪ଜଣଙ୍କୁ ଗିରଫ କରିଛି।